Latest Odisha News

BREAKING NEWS

ଯାତ୍ରୀବାହୀ ଡଙ୍ଗା ସହ ନୌସେନା ବୋଟ୍ ମୁହାଁମୁହିଁ ଧକ୍କା; ୧୩ ମୃତ

ମୁମ୍ବାଇ: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ଅଳ୍ପ କିଛି ଦୂରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ନୌସେନା ବୋଟ୍ ‘ନୀଲକମଲ’ ଯାତ୍ରୀବାହୀ ବୋଟ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ ମଧ୍ୟ ରହିଛନ୍ତି ।

ସରକାରୀ ସୂଚନା ଅନୁସାରେ, ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକର ମାରୁଥିବା ନୌସେନାର ସ୍ପିଡ ବୋଟ୍ ଟି ହଠାତ୍‌ ନିୟନ୍ତ୍ରଣ ହରାଇଥିଲା । ଫଳରେ ଏହା ସାମ୍ନାକୁ ଆସୁଥିବା ‘ନୀଲକମଲ’ ଯାତ୍ରୀବାହୀ ବୋଟ୍ ସହିତ ନୌସେନା ଯାହାଜ ମୁହାଁମୁହିଁ ଧକ୍କା ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ନୌସେନାର ୪ଟି ନାଭାଲ ହେଲିକପ୍ଟର ଏକ କୋଷ୍ଟଗାର୍ଡ ବୋଟ୍ ଓ ୧୧ଟି ନାଭାଲ କ୍ରାଫ୍ଟ ନିୟୋଜିତ ହୋଇଛନ୍ତି ।

ଏହି ଦୁର୍ଘଟଣାର ତଦନ୍ତ ମିଳିତ ଭାବେ ନୌସେନା ଏବଂ ପୋଲିସ ପକ୍ଷରୁ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହିତ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.