ଅଲ ମଦାନ: ୟୁଏଇର ଗ୍ରାମ ଅଲ ମଦାନ ଏବେ ସମ୍ପୂର୍ଣ୍ଣ ଭାବେ ବାଲିରେ ପୋତି ହୋଇ ଯିବାକୁ ବସିଛି । ଏଠାରେ କେହି ରହୁ ନ ଥିବାରୁ ବାଲିସ୍ତର ବଢ଼ିବାରେ ଲାଗିଛି । କାହିଁକି ଲୋକେ ଗ୍ରାମ ଛାଡି ପଳାଇଗଲେ ସେ ନେଇ କୌଣସି ବଳିଷ୍ଠ ପ୍ରମାଣ ମିଳିପାରି ନାହିଁ । ତେବେ ପାଖ ଗ୍ରାମର ଲୋକଙ୍କ କହିବା ଅନୁସାରେ ଏଠାରେ ଏକ ଜିନ୍ନ ରହୁଥିଲା । ଯିଏ କି ଏଠାରେ କିଏ ରହୁ ଚାହୁଁ ନ ଥିଲା ।
ବାରମ୍ବାର ଅସ୍ୱାଭାବିକ ଘଟଣା ଘଟିବାରୁ ଲୋକେ ରାତାରାତି ଗ୍ରାମ ଛାଡି ପଳାଇ ଯାଇଥିଲେ । ସେମାନେ ତାଙ୍କ ଆସବାବପତ୍ର ମଧ୍ୟ ନେଇ ନ ଥିଲେ । ଏବେ ଏହାକୁ ଭୂତର ଗ୍ରାମ ଆଖ୍ୟା ଦିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କିନ୍ତୁ ଏହା ଧିରେ ଧିରେ ଆକର୍ଷଣର କେନ୍ଦ୍ର ସାଜିଛି । ଯିଏ ବି ଦୁବାଇ ଆସୁଛି ଏହି ଗ୍ରାମକୁ ଦେଖିବା ଆଗ୍ରହ ପ୍ରକାଶ କରୁଛି ।
Comments are closed.