Latest Odisha News

BREAKING NEWS

ଫେଲ୍ ମାରିଲା ଯାଜପୁରରେ ଛାତ୍ର ଆନ୍ଦୋଳନ

ଯାଜପୁର: ରାଜ୍ୟରେ ପରୀକ୍ଷା ବାତିଲ ନେଇ ସତେ ଯେମିତି ଝଡ ସୃଷ୍ଟି ହୋଇଛି । ରାଜଧାନୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ତେବେ ଏ ନେଇ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଭିନ୍ନ ରୂପ ଧାରଣ କରିଥିଲା ।

ମିଳିଥିବା ରିପୋର୍ଟ ଅନୁଯାୟୀ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ନିକଟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ପରେ ନବନିର୍ମାଣ ଛାତ୍ର ଓ ଯୁବକ ସଙ୍ଗଠନ ତରଫରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଦାବି ହୋଇଥିଲା । ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ ମଧ୍ୟ କରିଥିଲେ ।

ତେବେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ପ୍ରତିବାଦ କରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରି ସେଠାରୁ ଘଉଡାଇଥିଲେ । ଏହି ଘଟଣାରେ ପୋଲିସ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଘଉଡାଇବାରେ ସାମିଲ ଥିବା ଅଭିଯୋଗ ହୋଇଛି । ପୋଲିସ ଛାତ୍ରମାନଙ୍କୁ ପଚରାଉଚରା କରି ଛାଡି ଦେଇଥିଲାବେଳେ ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.