Latest Odisha News

BREAKING NEWS

ପ୍ରଥମେ ଲୋକଟି ନିଶା ଖାଏ, ପରେ ନିଶା ତାକୁ ଖାଏ: ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଦ୍ରୌପଦୀ ମୁର୍ମୁ ଜନ୍ମମାଟିକୁ ଆସିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁରର ବାଦାମପାହାଡ଼ରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଉଦଘାଟନ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବକ୍ତବ୍ୟ ରଖିଥିଲେ ।

ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ଓଁ ଶାନ୍ତିରୁ ବକ୍ତବ୍ୟ ଆରମ୍ଭ କରି ସେ କହିଥିଲେ ଆଜି ଓଡ଼ିଶା ପାଇଁ ସ୍ମରଣୀୟ ଦିନ ହେବ । ନିଶା ଏକ ବ୍ୟାଧି । ନିଶା ସେବନରୁ ଲୋକମାନଙ୍କୁ ମୁକ୍ତ କରିବାକୁ ହେଲେ ସଚେତନତା ଆବଶ୍ୟକ । ନିଶା ସେବନର ଅପକାରିତା ବାବଦରେ ସମସ୍ତେ ଜାଣନ୍ତି । କିନ୍ତୁ ଜାଣିଶୁଣି ଆଜି ଲୋକେ ନିଶା ଆଡ଼କୁ ଧସେଇ ପଶିଛନ୍ତି ।

ନିଶା ଛାଡ଼ିବା ଲାଗି ସେମାନେ କିଭଳି ପ୍ରୟାସ କରିବେ । ନିଶାମୁକ୍ତ ଓଡ଼ିଶା ପାଇଁ ଏ ଏଭିଯାନ ଗୁରୁତ୍ୱପୂର୍ଣ୍ଣ । ନିଶାକ୍ତ ଅବସ୍ଥାରେ ଅସାମଜିକ କରିଥାନ୍ତି । ଅର୍ଦ୍ଧଚେତନ ଅବସ୍ଥାରେ ପରିବାର, ସମାଜରେ ଅଶାନ୍ତି ସୃଷ୍ଟି ହୁଏ । ପ୍ରଥମେ ନିଶା ଲୋକଟିଏ ଖାଏ, ପରେ ନିଶା ତାକୁ ଖାଏ । ସେ ଆୟତ୍ତରେ ରୁହେନି । ନିଶା ଯୁବପିଢ଼ିଙ୍କୁ ପ୍ରଥଭ୍ରଷ୍ଟ କରୁଛି ।

ଅନେକ ନିଶା ପାଇଁ ସ୍ତ୍ରୀର ଗହଣାରୁ ନେଇ ଘର ଦ୍ୱାର ବିକ୍ରି କରି ଦେଇଛନ୍ତି । ନିଶା ପାଇଁ ଅନେକ ଅପରାଧ କାର୍ଯ୍ୟରେ ସାମିଲ୍ ହେଉଛନ୍ତି । ନିଶାମୁକ୍ତ ଓଡ଼ିଶା ପାଇଁ ସମସ୍ତଙ୍କୁ ଆଗକୁ ଆସିବାକୁ ପଡ଼ିବ । ସମସ୍ତେ ଆଗେଇ ଆସିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି । ଜୀବନ ଅନିଶ୍ଚିତ, ଯେଉଁଥି ପାଇଁ ଆମେ ଆସିଛେ ତାକୁ ପାଇବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.