Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମନରେଗା କାହା ପାଇଁ ? କାମ ନକରି ଆକାଉଣ୍ଟକୁ ଯାଉଛି ଟଙ୍କା !

ପାଟଣାଗଡ଼: ମନରେଗା ଲକ୍ଷ୍ୟ ଗାଁରେ ଘର ପାଖରେ ଲୋକଙ୍କୁ କାମ । କିନ୍ତୁ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ପାଟଣାଗଡ଼ରେ ବାଟବଣା । ମନରେଗାରେ କାମ ପାଇଁ ଟଙ୍କା ଆସୁଛି ସତ କିନ୍ତୁ ଜବକାର୍ଡଧାରୀଙ୍କୁ କାମ ମିଳୁନି । ଜିଆରଏସ୍ ଓ ଗ୍ରାମସାଥୀ, ବ୍ଲକ କର୍ମଚାରୀଙ୍କ ସହ ସଲାସୁତୁରାରେ କାମ କରୁଥିବା ବେଳେ ପାରିଶ୍ରମିକରୁ କିଛି ପ୍ରତିଶତ ପାଉଛନ୍ତି ଶ୍ରମିକ । ଏଭଳି ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକ ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗାଁରୁ ।

୨୦୨୦-୨୧ ଆର୍ଥିକ ବର୍ଷରେ ରତାଖଣ୍ଡି ଖେଳ ପଡ଼ିଆ ଉନ୍ନତି ପାଇଁ ମନରେଗା ଯୋଜନାରେ ୬ ଲକ୍ଷ ଟଙ୍କା ଆସିଥିଲା । ୧୭୪୯ ଶ୍ରମ ଦିବସରେ ୩ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଶ୍ରମିକ ପିଛା ୨୧୫ ଟଙ୍କା ପାଉଣା ଦିଆ ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ହେଲେ ମନରେଗାରେ କାମ ନକରି ଗାଁର କିଛି ଥିଲାବାଲାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିବା ଅଭିଯୋଗ ହୋଇଛି ।

ଏପରିକି ନକଲି ଶ୍ରମିକ ଜିଆରଏସ୍ ଓ ଗାଁ ସାଥିଙ୍କ ଜାଲିଆତିକୁ ପଦାରେ ପକାଇଛନ୍ତି । ଭିକାରୀ ରାଉତ ସେ କେବେ କାମ କରି ନାହାନ୍ତି ହେଲେ ତାଙ୍କ ଆକାଉଣ୍ଟରେ ଟଙ୍କା ପକାଇଥିଲେ ଜିଆରଏସ ଇନ୍ଦ୍ରମଣି ମେହେର ଏବଂ ଗାଁ ସାଥି ଉର୍ମିଲା ପଟେଲ । ପରେ ତାଙ୍କ ଠାରୁ ୧୦ ହଜାର ଟଙ୍କା ମାଗି ନେଇଥିବା ଊିକାରୀ ଅଭିଯୋଗ ଆଣିଛନ୍ତି ।

ଏନେଇ ଆମେ ବିଡିଓଙ୍କୁ ଜଣାଇବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।ତେବେ ନକଲି ଶ୍ରମିକଙ୍କ ନାଁରେ ମନରେଗା କାମ କରି ଟଙ୍କା ଉଠାଣରେ ଜିଆରଏସ୍, ଗାଁ ସାଥୀଙ୍କ ସହ ଆଉ କିଏ ହେଉଛି ମାଲାମାଲ୍ । ତାର ତଦନ୍ତ ଦାବି ହେଉଛି ।

Leave A Reply

Your email address will not be published.