Latest Odisha News

BREAKING NEWS

୧୨୦ ବର୍ଷର ବରଗଛକୁ ବଂଚାଇବା ପାଇଁ ପ୍ରଶାସନ, ଭୂମି ମାଫିଆଙ୍କ ସହ ଲଢ଼ୁଛନ୍ତି ଖାମପୁର ଗ୍ରାମବାସୀ

ଖାମପୁର: ଦିଲ୍ଲୀର ଖାମପୁର ଗ୍ରାମବାସୀଙ୍କ ସଂଘର୍ଷକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏଠାରେ ୧୨୦ ବର୍ଷ ତଳର ଏକ ପୁରୁଣା ବରଗଛକୁ ବଂଚାଇ ରଖିବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି । ଗଛକୁ କାଟିବା ପାଇଁ କେତେକ ଭୂମି ମାଫିଆ ଷଡଯନ୍ତ୍ର କରି ଆସୁଛନ୍ତି । ୨/୩ ଥର ଏହାକୁ କାଟିବା ପାଇଁ ସେମାନେ ଉଦ୍ୟମ କରିଥିଲେ ମଧ୍ୟ ଗ୍ରାମବାସୀଙ୍କ ସତର୍କତା ଯୋଗୁ ସେମାନେ ସଫଳ ହୋଇପାରି ନାହାନ୍ତି ।

ଗଛକୁ ବଂଚାଇବା ପାଇଁ ଏସଡିଏମ, ଡିଏମ, ଏନଜିଟି ଏବଂ ଅନ୍ୟ ପ୍ରଶାସନିକ କାର୍ଯ୍ୟାଳୟ ନିକଟରେ ଗ୍ରାମବାସୀ ଆବେଦନ କରିଛନ୍ତି । ଏହି ଗ୍ରାମ ଚାରିପଟେ ଅନେକ ଅବୈଧ କଲେନୀ ମଧ୍ୟ ନିର୍ମାଣ ହେଉଛି । ଏହି ଗଛ ବିଭିନ୍ନ ପାରମ୍ପାରିକ ଓ ଧାର୍ମିକ ରୀତିନୀତି ସହ ଜଡିତ ହୋଇଥିବାରୁ କେବେ ହେଲେ କଟାଇ ଦେବୁ ନାହିଁ ବୋଲି ସେମାନେ କହିଛନ୍ତି ।

Comments are closed, but trackbacks and pingbacks are open.