Latest Odisha News

BREAKING NEWS

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା ।

ହେଲେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ କମ୍ପାନୀ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । କମ୍ପାନୀ ବିରୋଧରେ ଷଣ୍ଢକୁଦ ବସ୍ତିର ଲୋକ ଗଣଧାରଣା ଦେଇଛନ୍ତି । ନୁମାଲିଗଡ଼ ରିଫାଇନାରୀକୁ ସଂଯୋଗ କରୁଥିବା ୨ଟି ଯାକ ପ୍ରବେଶ ପଥରେ ଧାରଣାରେ ୩ଟି ୱାର୍ଡର ବସ୍ତି ବାସିନ୍ଦା ବସିଥିବା ବେଳେ କମ୍ପାନୀ କାର୍ଯ୍ୟ ବନ୍ଦ ହୋଇଯାଇଛି ।

୨ ବର୍ଷ ତଳେ ନିର୍ମାଣ ଆରମ୍ଭ ବେଳେ କମ୍ପାନୀ ବସ୍ତିର ଡ୍ରେନେଜ ସିଷ୍ଟମ ସହ ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲା । ମାତ୍ର କମ୍ପାନୀର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ସ୍ଥାନୀୟ ସମସ୍ୟା ପ୍ରତି ନଜର ଦେଉନି ଏନ୍ଆରଏଲ୍ । ଦାବି ପୂରଣ ନହେବା ଯାଏ ଧାରଣା ଜାରି ରହିବ ବୋଲି ବସ୍ତି ବାସିନ୍ଦା ଚେତାବନୀ ଦେଇଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

Comments are closed.