Latest Odisha News

BREAKING NEWS

ଚିକେନ ବିରିୟାନୀ, ସିଙ୍ଗଡା, ପିଜ୍ଜା ମଗାଉଛନ୍ତି ଦିଲ୍ଲୀର କଂଟେନମେଂଟ ଜୋନରେ ରହୁଥିବା ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ପାଇଁ ସରକାର ନେଉଥିବା ପଦକ୍ଷେପକୁ ଅନେକ ଲେକ ହାଲକାରେ ନେଉଛନ୍ତି । ଏ ଭଳି ଘଟଣା ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀରେ କରୋନା ଭାଇରସକୁ ରୋକିବା ପାଇଁ ୯ କଂଟେନମେଂଟ ଜୋନ୍ ପ୍ରସ୍ତୁତ କରାଯାଇଛି । ତେବେ ଏଠାରେ ଲୋକେ ପୋଲିସଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଗାଇବା ବଦଳରେ ଚିକେନ ବିରିୟାନୀ, ମିଠା, ଗରମ ସିଙ୍ଗଡା ଓ ପିଜ୍ଜା ପରି ଖାଦ୍ୟ ମଗାଇ ହଇରାଣ କରୁଛନ୍ତି ।

ଜଣେ ପୋଲିସ ଅଧିକାରୀ ନିଜ ନାମ ଲୁଚାଇ ଏହି ତଥ୍ୟ ପ୍ରକାଶ କରିଛନ୍ତି । କଂଟେନମେଂଟ ଯୋଜନା ଘୋଷଣା ହେବା ପରେ ପ୍ରଶାସନ ଓ ପୋଲିସ ଅଫିସର ହ୍ୱାଟସଆପ୍ ଗ୍ରୁପ ତିଆରି କରି ଆବଶ୍ୟକ ଦରକାରୀ ଜିନିଷ ଯୋଗାଇ ଦେଇଥାନ୍ତି ।

Leave A Reply

Your email address will not be published.