ନୂଆଦିଲ୍ଲୀ: ଯଦି ଲୋକମାନେ ମାସ୍କ ପିନ୍ଧିବାକୁ ମନା କରନ୍ତି, ତେବେ ସେମାନଙ୍କୁ ମାସେ ନୁହେଁ କି ଦୁଇ ମାସ ନୁହେଁ ଏକାବେଳେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି କଠୋର ନିୟମ ଲାଗୁ କରିଥିବା ଦେଶର ନାମ ହେଉଛି ଇଥିଓପିଆ। ଏହା ସହିତ ନୂଆ ଗାଇଡ୍ଲାଇନ୍ ଅନୁଯାୟୀ ମାସ୍କ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସୂଚିତ କରାଯାଇଛି।
ଇଥିଓପିଆ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ। କରୋନାକୁ ରୋକିବା ପାଇଁ ଏପ୍ରିଲରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ଏହାପରେ ସେପ୍ଟେମ୍ବରରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା, କିନ୍ତୁ କଡା ପ୍ରତିବନ୍ଧକ ଲାଗୁ କରାଯାଇଛି।
ବର୍ତ୍ତମାନ ଇଥିଓପିଆରେ ଲାଗୁ ହୋଇଥିବା କଡା ନିୟମ ଅନୁଯାୟୀ, ତିନିରୁ ଅଧିକ ଲୋକଙ୍କୁ ଏକ ଟେବୁଲରେ ବସିବା ମନା ଏବଂ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଇଥିଓପିଆ ସରକାର କହିଛନ୍ତି ଯେ ଏକେ ବଡ଼ ମହାମାରୀକୁ ନେଇ ଲୋକମାନେ ସଚେତନ ନୁହଁନ୍ତି ଏବଂ କରୋନା ନଥିବା ପରି ଜୀବନଯାପନ କରୁଛନ୍ତି। ଇଥିଓପିଆର ସ୍ୱାସ୍ଥ୍ୟମନ୍ତ୍ରୀ ଲିଆ ଟେଡେସ କହିଛନ୍ତି ଯେ ଯଦି ଲୋକମାନେ ସଜାଗ ନ ରୁହନ୍ତି ତେବେ ରୋଗ ବୃଦ୍ଧି ପାଇବ ଏବଂ ଏହା ଦେଶ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ।
ସରକାରୀ ଆକଳନ ଅନୁଯାୟୀ, ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏପର୍ଯ୍ୟନ୍ତ ୯୧ ହଜାର ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୧୪୦୦ ଲୋକଙ୍କର ମୃତ୍ୟୁ ଘଟିଛି।
ଇଥିଓପିଆ ଚଳିତ ବର୍ଷ ଅଗଷ୍ଟରେ ହେବାକୁ ଥିବା ଆଞ୍ଚଳିକ ଏବଂ ସଂସଦ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖିାଯାଇଛି। ସୂଚନା ଅନୁଯାୟୀ ନିର୍ବାଚନକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଇଥିଓପିଆର ଜନସଂଖ୍ୟା ୧୧ କୋଟି ୫୮ ଲକ୍ଷ।
BREAKING NEWS
- Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ

Comments are closed.