Latest Odisha News

BREAKING NEWS

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରେ ୫୦ ହଜାର ପଜିଟିଭ୍, ୫୭୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ସୁସ୍ଥ ହେଲେ ଅଧିକ ଆକ୍ରାନ୍ତ । ସଂକ୍ରମିତ କମ୍ । ଦିନକରେ ସାରା ଦେଶରୁ ୫୦ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହି ସମୟରେ ଆରୋଗ୍ୟ ଲାଭ କରିଛନ୍ତି ୬୨ ହଜାର ୭୭ ସଂକ୍ରମିତ ।

ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮ଲକ୍ଷ ୬୪ ହଜାର ୮୧୧କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ରହିଛି ୭୦ଲକ୍ଷ ୭୮ ହଜାର ୧୨୩ । ଯାହାକି କରୋନା ଲଢ଼େଇ ଭିତରେ ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ।

ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ୯୦% ଆକ୍ରାନ୍ତ । ବର୍ତ୍ତମାନ ୬ ଲକ୍ଷ ୬୮ ହଜାର ୧୫୪ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୫୭୮ ଜଣଙ୍କୁ ମାରି ଦେଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧ ଲକ୍ଷ ୧୮ ହଜାର ୫୩୪ ଜଣ ପ୍ରାଣ ହରାଇଲେଣି । ଦେଶରେ ମୃତ୍ୟୁହାର ରହିଛି ୧.୫୧% ।

Leave A Reply

Your email address will not be published.