Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରା: ରାହୁଲ-ସଚିନଙ୍କୁ ଦେଖି ଲୋକଙ୍କ ମନେ ପଡିଲା ରାଜେଶ-ରାଜୀବଙ୍କ ବନ୍ଧୁତା

ଜୟପୁର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ବୁଧବାର ସଚିନ ପାଇଲଟ ଯୋଗ ଦେଇଥିଲେ । ରାହୁଲ ଓ ସଚିନ ଏକତ୍ର ଯାଉଥିବା ବେଳେ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଥିଲେ । ଏହି ୨ଜଣଙ୍କ ବନ୍ଧୁତା ଦେଖି ପ୍ରଶଂସକମାନଙ୍କ ପୁରୁଣା କଥା ମନେ ପଡି ଯାଇଥିଲା । ପୂର୍ବରୁ ରାହୁଲଙ୍କ ବାପା ରାଜୀବ ଗାନ୍ଧୀ ଏବଂ ସଚିନଙ୍କ ପିତା ରାଜେଶ ପାଇଲଟ ଭଲ ବନ୍ଧୁଥିଲେ । ସେମାନଙ୍କ ଫଟୋ ସହ ରାହୁଲ-ସଚିନଙ୍କ ଫଟୋ ଏକତ୍ର ସୋସିଆଲ ମିଡିଆରେ ଛଡାଯିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ସମୟ ବଦଳିଛି, କଂଗ୍ରେସ କିଛି ମାତ୍ରାରେ ନରମ ପଡି ଯାଇଛି କିନ୍ତୁ ବନ୍ଧୁତାରେ ପରିବର୍ତନ ଆସିନି ।

ଏବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନେଇ ଆଲୋଚନା ଜୋର ଧରିଛି । ଯଦି ଅଶୋକ ଗେହଲେଟ ଏହି ପଦର ଅଧିକାରୀ ହୁଅନ୍ତି ତାହାହେଲେ ସଚିନଙ୍କୁ ଯେତେ ଦୂର ସମ୍ଭବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରାଯାଇପାରେ ।

Leave A Reply

Your email address will not be published.