Latest Odisha News

BREAKING NEWS

ବିରୋଧ ପରେ କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ବଦଳିଲେ ସିଡିଏମଓ

କେନ୍ଦୁଝର : କେନ୍ଦୁଝର ସିଡିଏମଓଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ସିଡିଏମଓଙ୍କୁ ଦାୟିତ୍ୱ ମିଳିଛି । କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।  କେନ୍ଦୁଝର ସିଡିଏମଓ ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରର ନୂଆ ସିଡିଏମଓ  ଭାବେ କିଶୋର ଚନ୍ଦ୍ର ପୃଷ୍ଟି ଦାୟିତ୍ୱ ନେବେ  ବୋଲି ଜଣାପଡିଛି ।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଶିଶୁ ମୃତ୍ୟୁ କୁ ନେଇ  ସାରା ରାଜ୍ୟରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଥିଲା । ଜିଲ୍ଲା ମୁଖ୍ୟ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ବିଶେଷକରି ଏସ୍ଏନ୍‌ସିୟୁରେ ଡାକ୍ତର ଉପସ୍ଥିତ ନଥିବାରୁ ଦିନକରେ ୬ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ କେନ୍ଦୁଝର ମେଡିକାଲରେ ଶିଶୁ ମୃତ୍ୟୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ  ।  ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଥିଲେ ।

 

Leave A Reply

Your email address will not be published.