Latest Odisha News

ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି:ମୋଦି

କଟକ: ଓଡ଼ିଶା ସରକାରଙ୍କର ଓଡିଶା ସଂସ୍କୃତି ପାଇଁ ଚିନ୍ତା ନାହିଁ । ଲୋକେ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ବିଜେପି ସରକାର ଆସିବା କ୍ଷଣି ଚାବିର ହଜିବାର ପ୍ରକୃତ ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ । ଆଜି କଟକରେ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଏପରି ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀର ନରେନ୍ଦ୍ର ମୋଦି ।

କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି। ଭାରତ ବର୍ଷର ପୁରୂଣା ସହର ମଧ୍ୟରୁ କଟକ ହେଉଛି ଗୋଟିଏ । କଟକରେ ସବୁ ଅଛି କିନ୍ତୁ ବିଜେଡି ସରକାର କୌଣସି ବିକାଶ କରୁନାହାଁନ୍ତି । ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି । ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଓଡିଶାର ନେତୃତ୍ବ ନେବ । ବିଜେଡିକୁ ୨୫ ବର୍ଷ ଦେଲେ ,ହେଲେ ଏଠାରେ ସେପରି କିଛି ବିକାଶ ହୋଇନାହିଁ । ଓଡ଼ିଶାକୁ ବିଜେଡି ସରକାର ପଛକୁ ନେଇଯାଇଛି । ଏବେ ଓଡ଼ିଶା ପାଇଁ ଡବଲ ଇଂଜିନ ସରକାର ଦରକାର। ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପି ହିଁ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଜେଡି ସରକାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଓଡ଼ିଶାର କୌଣସି ବ୍ଲକ ନାହିଁ ଯାହର ଲୋକ ଗୁଜରାଟରେ ନାହାନ୍ତି । ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବା ନିଶ୍ଚିତ । ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ମୋଦି ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି । ୬ ବର୍ଷ ହେଲାଣି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜି ଯାଇଛି। ଚାବି ଖୋଜିବାକୁ ଯାଞ୍ଚ କମିଟି ବସିଥିଲେ ବି କମିଟି ରିପୋର୍ଟକୁ ସାର୍ବଜନୀନ କରାଯାଉ ନାହିଁ। ଲୋକେ କହୁଛନ୍ତି ଚାବି ତାମିଲନାଡ଼ୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି ବୋଲି ପ୍ରଶ୍ନ କଲେ। ଚାବିକୁ ତାମିଲନାଡୁ ପଠାଉଥିବା ଲୋକଙ୍କୁ କେବେ ବି ରାଜ୍ୟବାସୀ କ୍ଷମା କରିବେ ନାହିଁ । ବିଜେପି ସରକାର ଆସିବା କ୍ଷଣି ଚାବିର ଯାଞ୍ଚ କରାଯିବ ।ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଯଦି ଚାବିକୁ ନେଇ କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଚାଲିଥିବା ଏ ଲୁଟରାଜ ବନ୍ଦ ହେବା ଦରକାର। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣମାନଙ୍କର ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ ବୋଲି ମୋଦି କଟକର ସଭାରେ କହିଛନ୍ତି।

Comments are closed.