Latest Odisha News

BREAKING NEWS

ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ, ୪୦ ବରଯାତ୍ରୀଙ୍କୁ ବାନ୍ଧିଲା ପୋଲିସ

ପାଟନା: ନାଗିନ ଡାନ୍ସ କରିବାକୁ ମଦ ପିଇଥିଲେ ବରଯାତ୍ରୀ। ୪୦ ବରଯାତ୍ରୀଙ୍କୁ ଉଠାଇନେଲା ପୋଲିସ। ଏପରି ଘଟଣା ଘଟିଛି ବିହାରରେ। କାରଣ ବିହାରରେ ୨୦୧୬ ମସିହାରୁ ମଦ୍ୟପାନ, ବିକ୍ରି ଏବଂ ଚାଲାଣ ସବୁକିଛି ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ୪୦ ଜଣ ବରଯାତ୍ରୀ ମଦ୍ୟପାନ କରି ନାଚ କରୁଥିଲେ। ଏହି ଅଭିଯୋଗରେ ପୋଲିସ ୪୦ ଜଣଙ୍କୁ ଗିରଫ କରିଛି ।

ବିହାରରେ ଅଧିକାଂଶ ସମୟରେ ମଦମୃତ୍ୟୁର କରୁଣ ଚିତ୍ର ସାମ୍ନାକୁ ଆସେ। ଏହାକୁ ରୋକିବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। ଏହି କ୍ରମରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ପୋଲିସର କହିବା ଅନୁସାରେ, ୪୦ ଜଣ ବରଯାତ୍ରୀଙ୍କ ବ୍ୟତୀତ ଅନ୍ୟ ସାତ ଜଣ ମଦ ବ୍ୟବସାୟୀ ମଧ୍ୟ ଗିରଫ ହୋଇଛନ୍ତି। ବରଯାତ୍ରୀମାନେ ସେମାନଙ୍କ ଠାରୁ ମଦ ଆଣିଥିଲେ। ସେମାନେ ମଦ ପିଇବା ପରେ ଅନ୍ୟମାନଙ୍କୁ ଦେବା ପାଇଁ ମଧ୍ୟ ମଦ ବୋତଲ ଆଣିଥିଲେ।

ପୋଲିସ ସେମାନଙ୍କୁ ଗିରଫ କରିବା ସହ ୨ଟି ଗାଡ଼ି ଜବତ କରିଛି। ଅବକାରୀ ବିଭାଗ କ୍ରମାଗତ ଭାବେ ମଦ ଚୋରା ଚାଲାଣକାରୀ ଏବଂ ମଦ୍ୟପମାନଙ୍କ ବିରୋଧରେ ଅଭିଯାନ ଚଳାଉଛି। ଆମ ଟିମ୍ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ବରଯାତ୍ରୀରେ ମଦ ପିଇ ଆସିଥିବା ଲୋକଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଅଧିକାରୀମାନେ ଛଦ୍ମବେଶରେ ଯାଇ ହଠାତ ଚଢାଉ କରିଥିଲା।

Comments are closed.