Latest Odisha News

BREAKING NEWS

ରେଷ୍ଟୁରାଣ୍ଟ ଭିତରକୁ ପଶି ଆସିଲା ହରିଣ, ଏଣେ ତେଣେ ଦୌଡ଼ିଲେ ଲୋକେ

ନ୍ୟୁୟର୍କ: ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଭାଇରାଲ ହେଉଛି । ଏହି ଭିଡିଓ ଦେଖିବା ଯେତିକି ମଜାଦାର, ସେତିକି ଆଶ୍ଚର୍ଯ୍ୟଜନକ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆମେରିକାର ଏକ ରେଷ୍ଟୁରାଣ୍ଟରେ ହଠାତ୍ ଏକ ହରିଣ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଆଉ ତାହା ପରେ ଯାହା ହେଉଛି ତାହା ଦେଖିଲେ ଆପଣ ଚକିତ ହୋଇଯିବେ ।

ନିକଟରେ ବେଲୋଏଟରେ ଅବସ୍ଥିତ ନୁଡୁଲ୍ସ ଆଣ୍ଡ କମ୍ପାନୀରେ ଏହି ଘଟଣା ଘଟିଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମଧ୍ୟାହ୍ନ ସମୟରେ ରେଷ୍ଟୁରାଣ୍ଟରେ ଲୋକମାନେ ବସି ଖାଦ୍ୟ ଖାଉଛନ୍ତି । ଏହି ସମୟରେ ହଠାତ୍ ଏକ ହରିଣ ରେଷ୍ଟୁରାଣ୍ଟ ଭିତରକୁ ପଶି ଆସୁଛି । ଏହାକୁ ଦେଖି ଖାଦ୍ୟ ଖାଉଥିବା ଲୋକେ ଭୟଭୀତ ହୋଇ ଏଣେ ତେଣେ ହୋଇ ଦୌଡ଼ିବାକୁ ଲାଗୁଛନ୍ତି । ଲୋକେ ଭୟରେ ବାହାରକୁ ପଳାଇ ଯାଇଥିଲେ । ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳେ ଯେ ଲୋକଙ୍କ ଅନୁପସ୍ଥିତିରେ ହରିଣ ରେଷ୍ଟୁରାଣ୍ଟରେ ଏକୁଟିଆ ବୁଲୁଛି । ହରିଣ କେବଳ ରେଷ୍ଟୁରାଣ୍ଟରେ ପ୍ରବେଶ କରି ନ ଥିଲା ବରଂ ରେଷ୍ଟୁରାଣ୍ଟର ରୋଷେଇ ଘରେ ମଧ୍ୟ ପହଞ୍ଚିଥିଲେ । ଏହି ହରିଣଟି ରେଷ୍ଟୁରାଣ୍ଟର ଝରକା ଦେଇ ପ୍ରବେଶ କରିଥିଲା । ରୋଷେଇ ଘର ସମେତ ପୁରା ରେଷ୍ଟୁରାଣ୍ଟ ବୁଲିବା ପରେ ପଛ ଦ୍ୱାର ଦେଇ ବାହାରକୁ ଚାଲିଯାଇଥିଲା ।

Leave A Reply

Your email address will not be published.