Latest Odisha News

BREAKING NEWS

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଅଲି ମିର୍ଚାଣ୍ଟ

ମୁମ୍ବାଇ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅଲି ମର୍ଚାଣ୍ଟ । ଦୀର୍ଘଦିନର ପ୍ରେମିକା ଅଦଲିବ୍ ଜୈଦିଙ୍କ ହାତ ଧରିଛନ୍ତି ସେ । ସେମାନଙ୍କ ବିବାହ ଲକ୍ଷ୍ନୌରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ ହୋଇଥିଲେ । ଏବେ ସେ ସୋସିଆଲ ମିଡ଼ିଆରେ କିଛି ଫଟୋ ସେୟାର କରି ଏହି ଖୁସି ଖବର ଜଣାଇଛନ୍ତି । ଏହାପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।

ଏକ ଫ୍ୟାଶନ ଇଭେଣ୍ଟରେ ଅଦଲିବଙ୍କୁ ଭେଟିଥିଲେ ଅଲି । ଉଭୟ ପରସ୍ପରକୁ ଏକ ବର୍ଷ ଧରି ଡେଟ୍ କରି ଆସୁଥିଲେ । ଶେଷରେ ବିବାହ କରିଛନ୍ତି । ଆଜିକାଲି ଅଲିଙ୍କୁ ଓଟିଟିରେ ଦେଖିବାକୁ ମିଳୁଛି । ନିକଟରେ ଅଭିନେତା ଲକ୍‌ଅପରେ ନଜର ଆସିଥିଲେ । ହେଲେ ତାଙ୍କ ଗେମ୍ ସେତେଟା ପସନ୍ଦ ଆସି ନ ଥିଲା ।

Leave A Reply

Your email address will not be published.