Latest Odisha News

ଅଜବ ସ୍କୁଟର: ଯାହା ଦେଖିବାକୁ ଓଲଟା, ଚାଲୁଛି ସିଧା

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେନା । ଆଉ କିଛି ଭିଡ଼ିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଅଜବ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଏକ ଅଜବ ସ୍କୁଟର ଚଳାଉଛନ୍ତି, ଯାହା ଅନ୍ୟ ସ୍କୁଟରଠାରୁ ପୁରା ଭିନ୍ନ । ସ୍କୁଟରକୁ ଏପରି ରୂପାନ୍ତରିତ କରିଛନ୍ତି ଯେ, ହଠାତ୍ କେହି ଦେଖିଲେ ଲାଗିବ ଯୁବକ ଜଣକ ଏହାକୁ ଓଲଟା ଚଲାଉଛନ୍ତି । କାରଣ ସ୍କୁଟରର ଆଗ ଭାଗ ପଛପଟ ପରି ଦେଖାଯାଉଛି । ଏହି ସ୍କୁଟରଟି ଭେସ୍ପା କମ୍ପାନୀର । ଯାହା କଳା ରଙ୍ଗର ଅଟେ । ଫୁଟର ସିଟ୍‌ରେ ବସିଥିବା ଜଣେ ଯୁବକ ସ୍କୁଟର ଚଳାଉଥିବା ଦେଖିବାକୁ ମିଳିଛି । ଏବେ ଏହି ସ୍କୁଟର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଏହି ସ୍କୁଟରକୁ ଚଲାଉଥିବା ଯୁବକ ଜଣକ ଚେକ୍ ଏକ ସାର୍ଟ ପିନ୍ଧିଥିବା ବେଳେ ଆଖିରେ ଚଷମା ପିନ୍ଧିଛନ୍ତି । ହେଲମେଟ ବି ପିନ୍ଧିଛନ୍ତି । ସ୍କୁଟର ଆଗରେ ଦର୍ପଣ ଏବଂ ବୁଲେଟ ସାଇଲେନ୍ସର ମଧ୍ୟ ରହିଛି । ଯେତେବେଳେ ଯୁବକ ଜଣକ ଏହି ସ୍କୁଟରରେ ରାସ୍ତାରେ ଯାଉଥିଲେ ତାଙ୍କୁ ଲୋକମାନେ ବୁଲି ବୁଲି ଦେଖୁଥିଲେ । ଏହି ଭିଡ଼ିଓ ଦେଖିବା ପରେ ବହୁ ଲୋକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।

Comments are closed.