Latest Odisha News

କରୋନା କାଳର ପ୍ରସିଦ୍ଧ ଶବ୍ଦ । ଜାଣନ୍ତୁ କଣ ଏହି ଶବ୍ଦଗୁଡିକ ।

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଅନେକ ନୂତନ ଶବ୍ଦ ଉତ୍ପନ୍ନ ହୋଇଛି । ଯେପରିକି ସାମାଜିକ ଦୂରତା, କଣ୍ଟାକ୍ଟ ଟ୍ରେସିଙ୍ଗ୍ ଭଳି ବିଭିନ୍ନ ଶବ୍ଦ ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏଇ ଯେମିତି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁ ନ ଥିବା ଲୋକଙ୍କୁ ‘କୋଭିଡିୟଟ୍‌’ କୁହାଯାଉଛି । ସେହିପରି ‘ଏଲ୍‌ବୋ ବମ୍ପ୍‌’ ଶବ୍ଦର ଅର୍ଥ ହେଉଛି କହୁଣୀକୁ କହୁଣୀ ଲଗାଇ ସୁରକ୍ଷିତ ଭାବେ ଶୁଭେଚ୍ଛା ଜଣାଇବା ।

କରୋନା ସମୟରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସଭା ସମିତି ଆଦି କାର୍ଯ୍ୟକ୍ରମକୁ ଅନ୍‌ଲାଇନ୍ ମିଟିଙ୍ଗ୍ ଜରିଆରେ କରାଯାଉଛି । ଏଥିପାଇଁ ମଧ୍ୟ ଏକ ନୂଆ ଶବ୍ଦର ପ୍ରୟୋଜନ କରାଯାଇଛି । ଏହାକୁ ‘ଜୁମ୍ ବମ୍ବିଙ୍ଗ୍‌’ର ନାଁ ଦିଆଯାଇଛି ।

କରୋନା ପ୍ରତିକାର ନିମନ୍ତେ ବ୍ୟବହୃତ ହେଉଥିବା କିଛି ଔଷଧର ନାଁ ମଧ୍ୟ ବେଶ୍ ପ୍ରସିଦ୍ଧ ହୋଇପାରିଛି । ଯେପରିକି ହାଇଡ୍ରୋକ୍ଲୋରୋକ୍ୱାଇନ୍ ଏବଂ ଡେକ୍ସାମେଥାସୋନ୍ । ହାଇଡ୍ରୋକ୍ଲୋରୋକ୍ୱାଇନ୍ ଶବ୍ଦ ୧୯୫୧ରେ ପ୍ରଥମେ ବ୍ୟବହୃତ ହୋଇଥିଲା । ମ୍ୟାଲେରିଆ ଚିକିତ୍ସାରେ ବ୍ୟବହୃତ ଏହି ଔଷଧ ୨୦୨୦ ମସିହାରେ ଏତେ ମାତ୍ରାରେ ପ୍ରଚଳିତ ହେଲା ଯେ ଏହା ଅକ୍ସଫୋଡ୍ ଅଭିଧାନରେ ସ୍ଥାନ ପାଇଛି ।

ସାଧାରଣତଃ ଅକ୍ସଫୋର୍ଡ ଆଡଭାନ୍ସଡ୍ ଲର୍ଣ୍ଣର୍ ଅଭିଧାନ ଗତ ୨୦ ବର୍ଷ ମଧ୍ୟରେ ପ୍ରତି ତିନି ମାସରେ ଯଥାକ୍ରମେ ମାର୍ଚ୍ଚ, ଜୁନ୍‌, ସେପ୍ଟେମ୍ବର ଏବଂ ଡିସେମ୍ବର ମାସରେ ଏହାର ତାଲିକାରେ ନୂତନ ଶବ୍ଦ ଯୋଡିଥାଏ । କିନ୍ତୁ ୨୦୨୦ ମସିହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏଥିରେ ନୂଆ ଶବ୍ଦ ଯୋଡ଼ିବାକୁ ଘୋଷଣା କରିଥିଲା । ଯାହାକୁ କରୋନା ମହାମାରୀ ସମୟରେ ବ୍ୟବହାର କରାଯାଇଥିଲା ।

Telegraph India
Leave A Reply

Your email address will not be published.