Latest Odisha News

ଟ୍ରେଣ୍ଡରେ ଏବେ ଗୁଚିର ଏହି ଘାସ ଦାଗ ଲାଗିଥିବା ପ୍ୟାଣ୍ଟ; ଯାହାର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ନିଜର କ୍ୱାଲିଟି, ନିଆରା ଡିଜାଇନ ଓ ଉପସ୍ଥାପନା ପାଇଁ ବ୍ରାଣ୍ଡେଡ଼ କପଡା ଗୁଡିକ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାଏ ।

ଅନ୍ୟପଟେ ଟପ୍ ଡିଜାଇନ୍ ଏବଂ ଅତ୍ୟଧିକ ପ୍ରାଇସ୍ ଟ୍ୟାଗ୍ ପାଇଁ ମଧ୍ୟ ସେଗୁଡ଼ିକ ଲୋକପ୍ରିୟ ।

ଗୁଚି ହେଉଛି ଏହିପରି ଏକ ଆଗଧାଡ଼ିର ବ୍ରାଣ୍ଡ । ସେମାନଙ୍କର ଉଚ୍ଚମାନର ଲେଦର (ଚମଡ଼ା) ଉତ୍ପାଦ ପାଇଁ ଜଣାଶୁଣା ।ସେମାନଙ୍କର ବେଲ୍ଟ, ଜ୍ୟାକେଟ୍, ବ୍ୟାଗ୍, ଏବଂ ଜୋତା ଅଭିନବ ଶୈଳୀ ଏବଂ ଡିଜାଇନ୍ ପାଇଁ ସର୍ବଦା ଚାହିଦାରେ ରହିଥାଏ ।

କିନ୍ତୁ ଥରେ ଥରେ, ଇଟାଲୀରର ଏହି ନାମୀ ବ୍ରାଣ୍ଡ ନିଜର ବିଚିତ୍ର ଉତ୍ପାଦ ପାଇଁ ନିଜର ଷ୍ଟାଇଲ ମୂଲ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

ନିଜର ହାଲକା ନୀଳ ରଙ୍ଗର ଜିନ୍ସରେ କିଛି ଘାସର ଦାଗ ଲଗାଇବା ପରେ ହୁଏତ ଏହା ଏତେ ଖରାପ ଏବଂ ମଇଳା ଦେଖାଯାଏ ନାହିଁ କିନ୍ତୁ ଭାବିଲେ ନକଲି ଘାସର ଦାଗ ଥିବା ଏକ ଯୋଡି ପ୍ୟାଣ୍ଟ କଣ ପାଇଁ ଆପଣ ଟଙ୍କା ଖର୍ଚ୍ଚ କରିବେ ?

ମାତ୍ର ଚଳିତ ବର୍ଷ ଏହି ଇଟାଲୀୟନ ବ୍ରାଣ୍ଡ ନିଜ ଶୀତ କଲେକ୍ସନ ରେ ଏହି ଭଳି ଏକ ଜିନ୍ସକୁ ଉନ୍ମୋଚିତ କରିଛି ।

ଏହି ଜିନ୍ସରେ ସବୁଜ ରଙ୍ଗର ଏକ ଦାଗ ରହିଛି, ଯାହା ଘାସର ଦାଗ ପରି ଦେଖାଯାଉଛି । କମ୍ପାନୀ ପକ୍ଷରୁ ଏହି ପ୍ୟାଣ୍ଟର ମୂଲ୍ୟ ରଖାଯାଇଛି ସେମାନଙ୍କର ମୂଲ୍ୟ ୧୨୦୦ ଡଲାର ବା ୮୮,୨୯୦ ଟଙ୍କା ରହିଛି।

Leave A Reply

Your email address will not be published.