Latest Odisha News

BREAKING NEWS

ମହିଳା ଚାଷୀ ମୀନତିଙ୍କ ପାଇଁ ନୂଆ ସୁଯୋଗ ଆଣିଦେଲା ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ

ବାଲେଶ୍ୱର: ବାଲିଆପାଳ ପୁରୁଲିଆ ଗାଁର ମହିଳା ଚାଷୀ ମୀନତି ପ୍ରଧାନ । ପ୍ରାୟ ଦୁଇ ଏକର ଜମିରେ ଖରିଫ ଋତୁରେ ଧାନ ଓ ରବି ଋତୁରେ ବାଦାମ ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି ।

ଗତ ଖରିଫ ଋତୁରେ ପ୍ରାୟ ଏକ ଏକର ଧାନ କ୍ଷେତରେ ହଠାତ୍ ରୋଗପୋକ ଲାଗିଲେ । ପତ୍ରଗୁଡିକ ହଳଦିଆ ହୋଇଗଲା । କିନ୍ତୁ ମୀନତି ନାଁ ରୋଗର ନାଁ ଜାଣିଥିଲେ ନାଁ କି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ତାହା ଜାଣିଥିଲେ । ଦେଖୁ ଦେଖୁ ଏହା ଅନ୍ୟ ଧାନ କ୍ଷେତକୁ ବି ମାଡିଗଲା । ଚିନ୍ତାରେ ପଡିଗଲେ ମୀନତି । ସେ ସହାୟତା ନେଲେ ରିଲାଏନ୍ସ ଫାଉଣ୍ଡେସନ ଟୋଲ ଫ୍ରି ନମ୍ବରର । ଏଠାକୁ ଫୋନ କରି ବିଶେଷଜ୍ଞମାନଙ୍କ ସହ ରୋଗର ଲକ୍ଷଣ ସମ୍ପର୍କରେ ଜଣାଇଥିଲେ । ତେବେ ଜମିରେ ଥିବା ଅଧିକ ପାଣିକୁ ନିଷ୍କାସନ କରିବା ସହ ଜମିରେ ଥିବା ଘାସକୁ ନଷ୍ଟ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ । ଏଥି ସହ କେତେ ପରିମାଣର ସାର ଓ ରୋଗପୋକ ଔଷଧ ପ୍ରୟୋଗ କରାଯିବ ସେ ନେଇ ମଧ୍ୟ ପରାମର୍ଶ ଦେଲେ ।

ମୀନତିଙ୍କ କହିଛନ୍ତି ଯେ, ‘ସାର ଏବଂ କୀଟନାଶକ ପ୍ରୟୋଗର ଗୋଟିଏ ସପ୍ତାହ ପରେ ମୋର ଧାନ ଫସଲ ଏହି ରୋଗରୁ ମୁକ୍ତି ପାଇଲା । ତେବେ ଏହା ପରେ ବାତ୍ୟା ହେବାରୁ ଫସଲ ପ୍ରଭାବିତ ହୋଇଥିଲା । ତଥାପି ମୁଁ ପ୍ରାୟ ୩୦ କ୍ୱିଣ୍ଟାଲ ଧାନ ଅମଳ କରିଥିଲି ।’

ସେହିଭଳି ଗତ ରବି ଋତୁରେ ଚିନା ବାଦାମ ଫସଲରେ ପତ୍ରରେ ଦାଗ ସହ ଏହାର ମୂଳରେ ପୋକ ଲାଗିଲା । ଏଥି ପାଇଁ ମଧ୍ୟ ମୀନତି ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ରୋଗକୁ ନିୟନ୍ତ୍ରଣ ହୋଇପାରିଥିଲା । ଆଉ ସେ ପ୍ରାୟ ୧୧ କ୍ୱିଣ୍ଟାଲ୍ ଚିନାବାଦାମ ଅମଳ କରିପାରିଥିଲେ ।

ଗତ ୨୦୧୮ ମସିହା ଜୁନ୍ ମାସରୁ ମିନତୀ ରିଲାଏନ୍ସ ଫାଉଣ୍ଡେସନରୁ ଚାଷ ସମ୍ବନ୍ଧୀୟ ପରାମର୍ଶ ଗ୍ରହଣ କରିଆସୁଛନ୍ତି । ଋତୁ ଅନୁସାରେ କଣ ଚାଷ କରିବେ, ବିଭିନ୍ନ ପ୍ରକାର ଚାଷ ସମ୍ପର୍କୀୟ ସୂଚନା, ଭଲ ବିହନ ବ୍ୟବହାର କରିବା, ସାର ଓ ରୋଗ ପୋକ ନନିୟନ୍ତ୍ରଣ ସମ୍ପର୍କରେ ରିଆଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୋବାଇଲରେ ପରାମର୍ଶ ନେଇଥାନ୍ତି । ଏହା ବ୍ୟତୀତ ଏହାର ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୮୦୦-୪୧୯-୮୮୦୦ରେ ସମ୍ପର୍କ ମଧ୍ୟ କରିଥାନ୍ତି । ଅଡିଓ / ଭିଡିଓ କନଫରେନ୍ସରେ ମଧ୍ୟ ସେ ନିୟମିତ ଭାବରେ ବିଶେଷଜ୍ଞମାନଙ୍କ ସହିତ ଯୋଗାଯୋଗ କରି ଚାଷ ସମ୍ବନ୍ଧୀୟ ସୂଚନା ପାଇପାରୁଛନ୍ତି । ଯାହା ତାଙ୍କର ଫସଲ କ୍ଷତି ରୋକିବା ସହ ଅମଳକୁ ବୃଦ୍ଧି କରିବାରେ ସହାୟକ ହୋଇଛି ।

ଧାନ ଚାଷ ଓ ବାଦାମ ଚାଷ ବ୍ୟତୀତ ମୀନତି ପନିପରିବା ଚାଷ ମଧ୍ୟ କରୁଛନ୍ତି । ବାଇଗଣ, କଲରା, ପୋଟଳ, ଲଙ୍କା, ଭେଣ୍ଡି, ଟମୋଟୋ, ବିଭିନ୍ନ ପ୍ରକାର ଶାଗ ଲଗାଇଛନ୍ତି । ସେଠୁ ଅମଳ ହେଉତିବା ପରିବା ପ୍ରତିଦିନ ଘରେ ବ୍ୟବହାର ହେଉଥିବା ବେଳେ ବଳକା ପରିବାକୁ ସେ ବଜାରରେ ବିକ୍ରି କରି ବେଶ୍ ଭଲ ଦି ପଇସା ରୋଜଗାର କରୁଛନ୍ତି ।

ମିନତୀଙ୍କ ସ୍ୱାମୀ ବ୍ରଜେଶ ଭଦ୍ରକରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ମିନତୀ ଘର ଚଳାଇବା ସହ ଚାଷ କାମ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ଲକ୍‌ଡାଉନ ପରେ ଗତ କିଛି ଦିନ ତଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୋବାଇଲ କନଫରେନ୍ସ ଜରିଆରେ ସରକାର ଚାଷୀଙ୍କ ପାଇଁ ଲାଗୁ କରିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହିଠାରୁ ମୀନତି ଉଜ୍ୱଳା ଯୋଜନାରେ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ଯେଜନାରେ ଗ୍ୟାସ ବୁକିଂ କରି ସେ ଗତ ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ତିନିଟି ସିଲିଣ୍ଡର ପାଇଛନ୍ତି । ସ୍ୱାମୀଙ୍କ ପାଖରେ ଜବ କାର୍ଡ ଥିବାରୁ ସେ ରାଜ୍ୟ ସରକାରଙ୍କଠାରୁ ୧୫ଶହ ଟଙ୍କା ପାଇଥିବା କହିଛନ୍ତି ମୀନତି ।

ଗାଁ ଗହଳିର ମହିଳାଙ୍କ ଉନ୍ନତି ପାଇଁ ରିଲାଏନ୍ସ ଫାଉଣ୍ଡେସନ ଯୋଗାଇ ଦେଉଥିବା ସହାୟତା ପାଇଁ ମୀନତି ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.