Latest Odisha News

BREAKING NEWS

କଷ୍ଟ ଦୂର ପାଇଁ ଲୋକେ ଡ୍ରଗ୍ସ ନିଅନ୍ତି: ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାର ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି କଥାରେ ଏବେ ସଂସଦରେ ଯାଇ ପହଂଚିଛି । ସେପଟେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଦୁଇ ଫାଳ ହୋଇଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଲୋକଙ୍କ ଟାର୍ଗେଟ ଅଛି ପୁରା ଭଟ୍ଟ ପାରିବାର ।

ସୁଶାନ୍ତ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ସିଧାସଳଖ ତଥା ଖୋଲାଖୋଲି ଭାବେ ମହେଶ ଭଟ୍ଟ ଓ କରଣ ଜୋହରଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହ ବଲିଉଡରେ ଡ୍ରଗ୍ସ ବ୍ୟବହାର ହେଉଥିବା ଅଭିଯୋଗ ଆଣିଛନ୍ତି । ୟାରି ଭିତରେ ଏବେ ମହେଶ ଭଟ୍ଟଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ପୂଜା ଭଟ୍ଟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଡ୍ରଗ୍ସକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଟ୍ବିଟ୍ କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ଲୋକେ ନିଜ କଷ୍ଟ ଦୂର କରିବାକୁ ଡ୍ରଗ୍ସ ନିଅନ୍ତି । ପୂଜା ଭଟ୍ଟଙ୍କ ଏ ଟ୍ବିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବଲିଉଡରେ ଡ୍ରଗ୍ସ ବ୍ୟବହାର ହେଉଥିବା ନେଇ ଲୋକେ ଏବେ ତାଙ୍କୁ ପ୍ରଶ୍ନ କରୁଛନ୍ତି। ତେବେ ଲୋକଙ୍କ ପ୍ରଶ୍ନର ପ୍ରତିକ୍ରିୟା ଦେଇ ନାହାନ୍ତି ପୂଜା ।

Comments are closed.