Latest Odisha News

BREAKING NEWS

ପେପସିକୋ ହଳଦିରାମର ଅଂଶଧନ କିଣିବାକୁ କରୁଛି ଯୋଜନା

ନୂଆଦିଲ୍ଲୀ: ଆମେରିକାର ମଲ୍ଟିନ୍ୟାସନାଲ ବ୍ରାଣ୍ଡ ପେପସିକୋ ଭାରତର ହଳଦିରାମ ସ୍ନାକ୍ସ ଫୁଡର ଅଂଶଧନ କିଣିବାକୁ ଚିନ୍ତା କରୁଛି । ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପେପସିକୋ ଭାରତର ସର୍ବବୃହତ ସ୍ନାକ୍ସ କମ୍ପାନୀ ହଳଦିରାମ ସ୍ନାକ୍ସ ଫୁଡରେ ଅଂଶଧନ ହାସଲ କରିବାକୁ ଇଚ୍ଛୁକ ଅଛି । ଟେମାସେକ ଏବଂ ଆଲଫା ୱେଭ ଗ୍ଲୋବାଲ  ବି ହଳଦିରାମ ଅଂଶଧନ କିଣିବାକୁ ଇଚ୍ଛୁକ ଥିଲେ , କିନ୍ତୁ ବର୍ତ୍ତମାନ ପେପସିକୋ ଏହି ଚୁକ୍ତି ସମ୍ପର୍କରେ ଅଗ୍ରୱାଲ ପରିବାର ସହ ସିଧାସଳଖ ଆଲୋଚନା କରୁଛି।

ଡିସେମ୍ବର ୨୦୨୪ରେ ୧୦-୧୫% ଅଂଶଧନ ବିକ୍ରୟ ପ୍ରସ୍ତାବ ବାତିଲ ହେବା ପରେ ପେପସିକୋ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀମାନେ ଅଗ୍ରୱାଲ ପରିବାରର ସଦସ୍ୟଙ୍କ ସହ ସଂଖ୍ୟାଲଘୁ ଅଂଶଧନ କିଣିବା ପାଇଁ ସିଧାସଳଖ ଆଲୋଚନା ଆରମ୍ଭ କରିଛନ୍ତି।

ଅଂଶଧନ ବିକ୍ରୟ ପାଇଁ ହଳଦିରାମ ୮୫,୦୦୦-୯୦,୦୦୦କୋଟି ଟଙ୍କା ମୂଲ୍ୟର ଆଶା ରଖିଛନ୍ତି , କାରଣ ସେ ପ୍ରଥମ ଥର ପାଇଁ ବାହ୍ୟ ନିବେଶକଙ୍କୁ ଜଡିତ କରିବାକୁ ଚାହୁଁଛନ୍ତି । ଏଥି ସହିତ, ଲେଜ’ର ଚିପ୍ସ, କୁରକୁରେ, ଡୋରିଟୋସ୍ ନାଚୋ ଚିପ୍ସ ତିଆରି କରୁଥିବା କମ୍ପାନୀ ପେପସିକୋ ମଧ୍ୟ ଘରୋଇ ବଜାରରେ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି । ପେପସିକୋ ଏହି ଡିଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି, ହଳଦିରାମ ସହ ସିଧାସଳଖ କଥାବାର୍ତ୍ତା ହେଉଛନ୍ତି ।

ଯଦି ହଳଦିରାମ ଏବଂ ପେପସିକୋ ମଧ୍ୟରେ ପାର୍ଟନରସିପ୍ ହୁଏ ତେବେ ଏହି ଡିଲ୍ ସବୁଠୁ ବଡ ଡିଲ୍ ହେବ । ଜାନୁୟାରୀ ୮ରେ ଇଟି ରିପୋର୍ଟ ଅନୁଯାୟୀ, ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଅଂଶଧନ କିଣିବା ପାଇଁ ଟେମାସେକ ଆଲୋଚନାରେ ଆଗରେ ରହିଛି । ଖବର ଅନୁଯାୟୀ, ଉଭୟ ଟର୍ମ ପେପରରେ ମଧ୍ୟ ଦସ୍ତଖତ କରିଛନ୍ତି।

 

Leave A Reply

Your email address will not be published.