ଭୁବନେଶ୍ବର: ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହେଲେଣି ଯୁବବର୍ଗ । ହେଲେ ଏହାକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଅବକାରୀ ବିଭାଗର କଟକଣା ଜାରି କରିଛି । ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ନେବା ନିହାତି ଆବଶ୍ୟକ ।
ବିନା ଅବକାରୀ ବିଭାଗର ଅନୁମତିରେ ଆପଣ ଜିରୋ ନାଇଟ ସେଲିବ୍ରେସନ କରିପାରିବେ ନାହିଁ । ଯଦି ଏପରି କରନ୍ତି ତାହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଚେତାବନୀ ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି । ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି ।