Latest Odisha News

କ୍ୟାନସର ବଢାଉଛି କୀଟନାଶକ ଛିଞ୍ଚନ

ଭୁବନେଶ୍ବର: ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍ ଆଶଙ୍କା । ବିଧାନସଭାରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବା ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିବା ବେଳେ, ଏହା କାରଣ ଫସଲରେ କୀଟନାଶକ ଛିଞ୍ଚନ କରିବାକୁ ଦାୟୀ କରିଛନ୍ତି ।

ମନ୍ତ୍ରୀଙ୍କ କହିବାନୁଯାୟୀ, ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବାର ମୁଖ୍ୟ କାରଣ ହେଉଛି ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି । ଯେଉଁଥିରେ ଜମିର ଗୁଣବତ୍ତା ନଷ୍ଟ ହେଉଛି ଓ କ୍ୟାନସର୍ ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏଣୁ ଏନେଇ ଅଧିକ ସଚେତନାତା ଜାରି କରାଯିବ । ଜୈବିକ ଚାଷ ନେଇ ଚାଷୀ ଭାଇ ମାନଙ୍କୁ ଅଧିକ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଆଜି ଗୃହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂ ଦେସଙ୍କ ପାଇଁ ଏହି ଉତ୍ତର ରଖିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Comments are closed.