ଦୁନିଆରେ ପଶୁପ୍ରେମୀଙ୍କ ଅଭାବ ନାହିଁ । ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ରଖିବାକୁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନଙ୍କୁ ନିଜ ଜୀବନରେ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି । ଯେଉଁମାନେ ପଶୁମାନଙ୍କୁ ରଖନ୍ତି ସେମାନେ ତାଙ୍କୁ ନିଜ ପିଲାମାନଙ୍କ ପରି ଯତ୍ନ ନିଅନ୍ତି । ଯଦି ଏହି ପୋଷା ପଶୁ ଟିକେ ଆଘାତ କିମ୍ବା ଯନ୍ତ୍ରଣା ପାଆନ୍ତି, ତେବେ ସେମାନେ ବେଶୀ ଚିନ୍ତିତ ହୋଇ ପଡ଼ନ୍ତିି । ଏହିପରି ଜଣେ ମାଲିକ ନିଜ କୁକୁର ପାଇଁ ଧୁମ୍ଧାମ୍ରେ ଜନ୍ମଦିନ ପାର୍ଟିର ଆୟୋଜନ କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ।
କୁକୁରର ବଡ଼ ଆକାରରେ ଜନ୍ମଦିନ ପାର୍ଟୀ ଆୟୋଜନ କରାଯାଇଛି । ଘରକୁ ସୁନ୍ଦର ଭାବେ ସଜ୍ଜା ଯାଇଛି । ଏହି ପାର୍ଟିରେ ବହୁ କୁକୁର ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ କୁକୁରଙ୍କ ପାଇଁ ନୂତନ ଡ଼୍ରେସ ମଧ୍ୟ କରାଯାଇଛି । ଏହାକୁଚ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ଅନେକ କୁକୁର ଡାଇନିଂ ଟେବୁଲର ବିଭିନ୍ନ ଚେୟାରରେ ବସିଛନ୍ତି । ସମସ୍ତେ ରଙ୍ଗୀନ ସ୍କାର୍ଫ ପିନ୍ଧିଛନ୍ତି । ଟେବୁଲରେ ଖେଳନା, କେକ୍ ଏବଂ ଅନେକ ସ୍ନାକ୍ସ ମଧ୍ୟ ରଖାଯାଇଛି । ବାସ୍ତବରେ ଏହା ଏକ କୁକୁର ଜନ୍ମଦିନ ପାର୍ଟୀ । ଯେଉଁଥିରେ କୁକୁରଟି ହେୟାରବ୍ୟାଣ୍ଡ ପିନ୍ଧି ଜନ୍ମଦିନ ପାଳନ କରୁଛି । ଚାରିପାଖରେ ସାଜସଜ୍ଜା ମଧ୍ୟ ବହୁତ ସୁନ୍ଦର ହୋଇଛି । ସବୁଠାରୁ ଭଲ କଥା ହେଲା, ଏଠି ନିମନ୍ତ୍ରିତ ହୋଇଥିବା ସବୁ କୁକୁରମାନେ ଶାନ୍ତିଶୃଙ୍ଖଳାର ସହ ଚେୟାର ଉପରେ ବସିରହି ଏହି ଜନ୍ମଦିନ ଭୋଜିକୁ ଉପଭୋଗ କରୁଛନ୍ତି । ଏହି ଭିଡ଼ିଓକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।
କୁକୁର ପ୍ରେମୀମାନେ ଏହି କୁକୁର ପାର୍ଟିକୁ ପ୍ରଶଂସା କରିଥିବାବେଳେ ଅନେକ ଲୋକ ସେମାନଙ୍କର କୁକୁରର ଜନ୍ମଦିନ ବିଷୟରେ ଅନୁଭୂତି ମଧ୍ୟ ବାଣ୍ଟିଛନ୍ତି । ଜଣେ ଲେଖିଛନ୍ତି- ‘କୁକୁରମାନେ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ, ସେମାନଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛାଦ\’ । ତେଣୁ ସେଠାରେ ଆଉ ଜଣେ ଲେଖିଛନ୍ତି- ‘କି ସୁନ୍ଦର ପାର୍ଟୀ! ଏବଂ ସମସ୍ତେ ବହୁତ ଭଲ ଆଚରଣ କରୁଥିବା କୁକୁର ।
Comments are closed.