କୁକୁରମାନେ ନୃତ୍ୟ କଲେ । ତାହାସହିତ ବିଶ୍ୱ ରେକର୍ଡ଼ ବି କଲେ । ଗୋଟେ କି ଦୁଇଟି ନୁହେଁ ଏକାଥରକେ୧୪ କୁକୁର ଏକାଠି କଙ୍ଗୋ ନୃତ୍ୟ କରି ତିଆରି କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ । ଏବେ ସୋସିଆଲ ମିଡ଼ିଆରେ ୧୪ କୁକୁରଙ୍କ ଏହି ନୃତ୍ୟ ଖୁବ୍ ଭାଇରାଲ ହେଉଛି ।
ମୂଳତଃ ଜର୍ମାନୀବାସିନ୍ଦା ୱୋଲଫଗଙ୍ଗ ଲନବର୍ଗ ଜଣେ ନୃତ୍ୟପ୍ରେମୀ । ନିଜେ ନୃତ୍ୟ କରିବା ସହ ଅନ୍ୟଙ୍କୁ ବି ନୃତ୍ୟ ଶିଖାଇବାରେ ସଉକ ରଖନ୍ତି । ଏହାସହିତ କୁକୁର ରଖିବା ତାଙ୍କର ଆଉଗୋଟେ ସଉକ । ନିଜ ପାଖରେ ପାଳିଛନ୍ତି ୧୪ଟି କୁକୁର । ଥରେ ସେ ମନସ୍ଥ କଲେ କୁକୁରମାନଙ୍କୁ ନେଇ କିଛି ନୂଆ କରିବାକୁ । ମନକୁ ଆସିଲା ନୃତ୍ୟ । ଅନେକ ସମୟରେ କୁକୁରଙ୍କୁ ବିଭିନ୍ନ ପ୍ରକାର କୌଶଳର ତାଲିମ ଦେଉଥିବା ଲନବର୍ଗ କୁକୁରଙ୍କୁ ନୃତ୍ୟ କରାଇ ବିଶ୍ୱ ରେକର୍ଡ଼ କରିବେ । ଏହି ନିଶାରେ ନିଜର ୧୪ କୁକୁରଙ୍କୁ ନେଇ କଙ୍ଗୋ ନୃତ୍ୟ କରିବାକୁ ମନସ୍ଥ କଲେ । ଏଥିପାଇଁ ଆରମ୍ଭ କଲେ ପ୍ରସ୍ତୁତି । ଆଉ ଶେଷରେ ସେହି କଙ୍ଗୋ ନୃତ୍ୟରେ କୁକୁରଙ୍କୁ ନଚାଇ ସେ ହାସଲ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ ।
କଙ୍ଗୋ ହେଉଛି ଏକ ଲାଟିନ୍ ଆମେରିକୀୟ ନୃତ୍ୟଶୈଳୀ । ଏହି ୧୪ କୁକୁରଙ୍କ ନାମକରଣ ନିଜେ କରିଛନ୍ତି ଲନବର୍ଗ । ସେମାନେ ହେଲେ ଏମା, ଫିଲୋ, ଫିନ୍, ସାଇମନ୍, ସୁସି, ମାୟା, ଅଲଫ୍, ସ୍ପେକ୍, ବିବି, କୃତି, ଜେନିଫ,ର୍ ଏଲଭିସ୍, ଚାର୍ଲି ଏବଂ କ୍ୟାଟି । ଏମାନେ ସମସ୍ତେ ଲନବର୍ଗଙ୍କ ପେଟ୍ । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ ପାଇଁ ଯେତେବେଳେ ବିଚାରପତିଙ୍କ ପ୍ୟାନେଲ ସମ୍ମୁଖରେ ଏହି ୧୪ କୁକୁର ଏକାଠି ନୃତ୍ୟ କଲେ, ତାକୁ ଦେଖି ବିଚାରପତିଙ୍କ ସମେତ ସବୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ । ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ୍ ଟ୍ୱିଟରରେ ଏହାର ଏକ ଭିଡ଼ିଓ ସେୟାର କରାଯାଇଛି । ଏହି ଭିଡ଼ିଓରେ ଲନବର୍ଗ ନିଜ କୁକୁରକୁ ନିର୍ଦ୍ଦେଶ ଦେଉଥିବା ବେଳେ କୁକୁରମାନେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ପାଳନ କରି ଜଣକ ପରେ ଜଣେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଦୁଇଦିନ ତଳେ ଏହି ଭିଡ଼ିଓ ପୋଷ୍ଟ କରାଯାଇଥିଲା,ଯାହାକୁ ଏବେ ଲକ୍ଷାଧିକ ଲୋକ ଦେଖିସାରିଲେଣି ।
BREAKING NEWS
- ନବବର୍ଷରେ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
- ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ଭଳି ଅନଲାଇନ୍ ଫୁଡ୍ ଡେଲିଭରି କର୍ମଚାରୀଙ୍କ ଧର୍ମଘଟ
- ଭାରତ ପାଇଁ ‘ସଂସ୍କାରର ବର୍ଷ’ ରୂପେ ସ୍ମରଣୀୟ ହୋଇ ରହିବ ୨୦୨୫
- Pralay Missile Test: ଚାନ୍ଦିପୁରରେ DRDO ପକ୍ଷରୁ ଦ୍ରୁତ କ୍ରମାଗତ ୨ଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
- ଜିରୋନାଇଟ୍ ଓ ନୂଆବର୍ଷ ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ସମୁଦ୍ର କୂଳରେ ୪୦୦ ଲାଇଫ୍ଗାର୍ଡ
Comments are closed.