Latest Odisha News

BREAKING NEWS

ଥାଲାପତି ବିଜୟଙ୍କ ନୂତନ ଫିଲ୍ମର ନାମ ଲିଓ, ଅକ୍ଟୋବର ୧୯ରେ ହେବ ରିଲିଜ

ମାଡ୍ରାସ: ଥାଲାପତି ବିଜୟଙ୍କ ବହୁ ଚର୍ଚ୍ଚିତ ଥାଲାପତି ୬୭ର ଟାଇଟଲ ଶୁଣିବା ପାଇଁ ଦର୍ଶକମାନେ ବେଶ କିଛି ଦିନ ହେବ ଉତ୍କଣ୍ଠା ସହକାରେ ଅପେକ୍ଷା କରିଥିଲେ । ଆଜି ମେକର୍ସଙ୍କ ପକ୍ଷରୁ ଏହାର ଟାଇଟଲ ଏବଂ ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମର ନାମ ଲିଓ ରଖାଯାଇଥିବା ବେଳେ ଏହା ୧୯ ଅକ୍ଟୋବର ୨୦୨୩ରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ବିଜୟଙ୍କ ସହ ଏହି ଫିଲ୍ମରେ ସଞ୍ଜୟ ଦତ, ଅର୍ଜୁନ, ଗୌତମ ମେନନ, ମାଥ୍ୟୁ ଥମାସ ଓ ତୃଷ୍ଣା କୃଷ୍ଣନ ଅଭିନୟ କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଲୋକେଶ କନଗରାଜ ଦେଇଛନ୍ତି ।

ସଞ୍ଜୟଙ୍କ ଖଳ ନାୟକ ଭୂମିକା ଦେଖିବା ପାଇଁ ଦର୍ଶକମାନେ ବ୍ୟଗ୍ର ହୋଇ ଉଠିଛନ୍ତି । ତାମିଲ, ତେଲୁଗୁ, କନ୍ନଡ ଓ ହିନ୍ଦା ଭାଷାରେ ଏହା ଏକତ୍ର ରିଲିଜ ହେବ । ଫିଲ୍ମର ପ୍ରଥମ ପ୍ରୋମୋକୁ ବିଜୟଙ୍କ ଆଉ ଏକ ମାଷ୍ଟର ପିସ ବୋଲି କୁହାଯାଉଛି ।

Leave A Reply

Your email address will not be published.