କୁକୁରମାନେ ନୃତ୍ୟ କଲେ । ତାହାସହିତ ବିଶ୍ୱ ରେକର୍ଡ଼ ବି କଲେ । ଗୋଟେ କି ଦୁଇଟି ନୁହେଁ ଏକାଥରକେ୧୪ କୁକୁର ଏକାଠି କଙ୍ଗୋ ନୃତ୍ୟ କରି ତିଆରି କରିଛନ୍ତି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ । ଏବେ ସୋସିଆଲ ମିଡ଼ିଆରେ ୧୪ କୁକୁରଙ୍କ ଏହି ନୃତ୍ୟ ଖୁବ୍ ଭାଇରାଲ ହେଉଛି ।
ମୂଳତଃ ଜର୍ମାନୀବାସିନ୍ଦା ୱୋଲଫଗଙ୍ଗ ଲନବର୍ଗ ଜଣେ ନୃତ୍ୟପ୍ରେମୀ । ନିଜେ ନୃତ୍ୟ କରିବା ସହ ଅନ୍ୟଙ୍କୁ ବି ନୃତ୍ୟ ଶିଖାଇବାରେ ସଉକ ରଖନ୍ତି । ଏହାସହିତ କୁକୁର ରଖିବା ତାଙ୍କର ଆଉଗୋଟେ ସଉକ । ନିଜ ପାଖରେ ପାଳିଛନ୍ତି ୧୪ଟି କୁକୁର । ଥରେ ସେ ମନସ୍ଥ କଲେ କୁକୁରମାନଙ୍କୁ ନେଇ କିଛି ନୂଆ କରିବାକୁ । ମନକୁ ଆସିଲା ନୃତ୍ୟ । ଅନେକ ସମୟରେ କୁକୁରଙ୍କୁ ବିଭିନ୍ନ ପ୍ରକାର କୌଶଳର ତାଲିମ ଦେଉଥିବା ଲନବର୍ଗ କୁକୁରଙ୍କୁ ନୃତ୍ୟ କରାଇ ବିଶ୍ୱ ରେକର୍ଡ଼ କରିବେ । ଏହି ନିଶାରେ ନିଜର ୧୪ କୁକୁରଙ୍କୁ ନେଇ କଙ୍ଗୋ ନୃତ୍ୟ କରିବାକୁ ମନସ୍ଥ କଲେ । ଏଥିପାଇଁ ଆରମ୍ଭ କଲେ ପ୍ରସ୍ତୁତି । ଆଉ ଶେଷରେ ସେହି କଙ୍ଗୋ ନୃତ୍ୟରେ କୁକୁରଙ୍କୁ ନଚାଇ ସେ ହାସଲ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ ।
କଙ୍ଗୋ ହେଉଛି ଏକ ଲାଟିନ୍ ଆମେରିକୀୟ ନୃତ୍ୟଶୈଳୀ । ଏହି ୧୪ କୁକୁରଙ୍କ ନାମକରଣ ନିଜେ କରିଛନ୍ତି ଲନବର୍ଗ । ସେମାନେ ହେଲେ ଏମା, ଫିଲୋ, ଫିନ୍, ସାଇମନ୍, ସୁସି, ମାୟା, ଅଲଫ୍, ସ୍ପେକ୍, ବିବି, କୃତି, ଜେନିଫ,ର୍ ଏଲଭିସ୍, ଚାର୍ଲି ଏବଂ କ୍ୟାଟି । ଏମାନେ ସମସ୍ତେ ଲନବର୍ଗଙ୍କ ପେଟ୍ । ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ ପାଇଁ ଯେତେବେଳେ ବିଚାରପତିଙ୍କ ପ୍ୟାନେଲ ସମ୍ମୁଖରେ ଏହି ୧୪ କୁକୁର ଏକାଠି ନୃତ୍ୟ କଲେ, ତାକୁ ଦେଖି ବିଚାରପତିଙ୍କ ସମେତ ସବୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ । ଗିନିଜ ୱାର୍ଲ୍ଡ ରେକର୍ଡର ଅଫିସିଆଲ୍ ଟ୍ୱିଟରରେ ଏହାର ଏକ ଭିଡ଼ିଓ ସେୟାର କରାଯାଇଛି । ଏହି ଭିଡ଼ିଓରେ ଲନବର୍ଗ ନିଜ କୁକୁରକୁ ନିର୍ଦ୍ଦେଶ ଦେଉଥିବା ବେଳେ କୁକୁରମାନେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ପାଳନ କରି ଜଣକ ପରେ ଜଣେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଦୁଇଦିନ ତଳେ ଏହି ଭିଡ଼ିଓ ପୋଷ୍ଟ କରାଯାଇଥିଲା,ଯାହାକୁ ଏବେ ଲକ୍ଷାଧିକ ଲୋକ ଦେଖିସାରିଲେଣି ।
BREAKING NEWS
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ

Comments are closed.