Latest Odisha News

BREAKING NEWS

କାହାକୁ ଗୁଲ୍ଲୁ ତ କାହା ନାମ ଆଲୁ: ବଲିଉଡ ଅଭିନେତ୍ରୀମାନଙ୍କ ଡାକନାମ ଜାଣିଲେ ଆପଣ ବି ହସିବେ

ମୁମ୍ବାଇ: ସମସ୍ତଙ୍କର କିଛି ଡାକ ନାମ ଥାଏ | ତେବେ ଆପଣ ଜାଣିଛନ୍ତି କି ବଲିଉଡ ଅଭିନେତ୍ରୀମାନଙ୍କର ମଧ୍ୟ କିଛି ଡାକନାମ ରହିଛି | ଆଜି ଆମେ ଏପରି କିଛି ଅଭିନେତ୍ରୀଙ୍କ ଡାକନାମ(ପରିବାର ସଦସ୍ୟ ଯେଉଁନାମରେ ଡାକନ୍ତି) ବାବଦରେ କହିବୁ | ବଲିଉଡର ଦେଶୀ ଗାର୍ଲ କୁହାଯାଉଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ପ୍ରଶଂସକମାନେ “ପିସି” ଏବଂ “ପିଗି ଚପ୍ସ” ବୋଲି ଡାକନ୍ତି। ତେବେ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ତାଙ୍କୁ ମିମି ବୋଲି ଡାକନ୍ତି। ସୋନମ କପୁରଙ୍କ ବିଷୟରେ କହିବାକୁ ଗଲେ ଅନିଲ କପୁର ପିଲାଦିନରୁ ତାଙ୍କୁ “ଜିରାଫ” ବୋଲି ଡାକୁଥିଲେ। କେବଳ ଏତିକି ନୁହେଁ, ଅଭିନେତ୍ରୀଙ୍କୁ ପରିବାରର ଅନ୍ୟ ସଦସ୍ୟ ଏବଂ ସାଙ୍ଗମାନେ “ସିନିୟର କପୁର” ମଧ୍ୟ ଡାକନ୍ତି |

ଅନୁଷ୍କା ଶର୍ମାଙ୍କୁ ପିଲାଦିନେ ନୁସକେଶ୍ଵରୀ ବୋଲି ଡକାଯାଉଥିଲା |ଯେତେବେଳେ ସେ ବଡ ହେଲେ, ତାଙ୍କୁ ସମସ୍ତେ ‘ନୁସ୍କି’ ବୋଲି ଡାକନ୍ତି | ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପିଲାଦିନେ “ଗୁଲୁ” ଭାବରେ ଡକାଯାଉଥିଲା | ବର୍ତ୍ତମାନ ସାରା ବିଶ୍ୱ ଅଭିନେତ୍ରୀଙ୍କୁ “ଐଶ” ନାମରେ ଡାକନ୍ତି | ଆଲିଆ ଭଟ୍ଟଙ୍କୁ ତାଙ୍କ ନିକଟବର୍ତ୍ତୀ ଲୋକମାନେ ଆଲୁ ବୋଲି ଡାକନ୍ତି | ଆଜି ବି ଅଭିନେତ୍ରୀଙ୍କ ପରିବାର ସଦସ୍ୟ କେବଳ ଆଲୁ ନାମରେ ଡାକନ୍ତି |

Leave A Reply

Your email address will not be published.