Latest Odisha News

BREAKING NEWS

ଲଗାତାର ୧୦ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୦ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।
ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା।
୧୦ ଦିନ ଭିତରେ ତୈଳ ଦର ୫ ଟଙ୍କାରୁ ଉର୍ଦ୍ଧ୍ବ ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ।

ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୭୩ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୫.୧୯ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬.୪୭ ଏବଂ ଡିଜେଲ ୭୨.୫୭ ଟଙ୍କା ହୋଇଯାଇଛି ।

Leave A Reply

Your email address will not be published.