Latest Odisha News

BREAKING NEWS

ତିନି ଦିନରେ ତୃତୀୟ ଥର ପାଇଁ ଥରିଲା କାଶ୍ମୀର: ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ

ଜମ୍ମୁ: ଲଗାତାର ତୃତୀୟ ଦିନ ପାଇଁ ଥରିଲା ଜମ୍ମୁ-କାଶ୍ମୀର । ମଙ୍ଗଳବାର ସକାଳ ସମୟରେ ୫.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ବିଗତ ତିନି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଏହା ତୃତୀୟ ଭୂକମ୍ପ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି । ଏହି କମ୍ପନ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କିତ ସୂଚନା ମିଳିନଥିବା ରିପୋର୍ଟରେ ପ୍ରକାଶ।

ଅନ୍ୟପଟେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରହିଛି । ଏଠାରେ ଭୟରେ ଲୋକ ଘରୁ ବାହାରି ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.