Latest Odisha News

BREAKING NEWS

ପକେଟ ଉପରେ ବୋଝ ବଢ଼ାଉଛି ପେଟ୍ରୋଲ ଓ ଡିଜେଲ, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ସହିତ ଘରୋଇ ବଜାରରେ ତେଲର ଦର ରକେଟ୍ ଭଳି ବଢି ଚାଲିଛି। ଶୁକ୍ରବାର ଦର ଅପରିବର୍ତ୍ତିତ ରହିବା ପରେ ଶନିବାର ପୁଣି ଥରେ ତେଲ ପାଇଁ ଅଧିକ ଟଙ୍କା ପକେଟରୁ ଗଣିବାକୁ ହେବ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୮୦-୮୦ ପଇସା ବୃଦ୍ଧି ହୋଇଥିବା ତେଲ କମ୍ପାନୀ ଘୋଷଣା କରିଛନ୍ତି। ଏବେ ୧୨ ଦିନରେ ମୋଟ୍ ୧୦ ଥର ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୭ ଟଙ୍କା ୨୦ ପଇସା ବଢ଼ିଛି ।

ଦର ବୃଦ୍ଧି ପରେ ଶନିବାର ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୨ ପଇସା, ଡିଜେଲ ୧୦୧ ଟଙ୍କା ୭୪ ପଇସା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୨୫ ପଇସା, ଡିଜେଲ ଲିଟର ପିଛା ୯୮ ଟଙ୍କା ୩୨ ପଇସା, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୧୫ ପଇସା, ଡିଜେଲ ଦର ୯୭.୦୨ ପଇସା ରହିଛି ।

ମୁଡିଜ ରିପୋର୍ଟ ଅନୁଯାୟୀ, ଯେଉଁଭଳି ଭାବେ ଅଶୋଧିତ ତେଲ ଦର ବଢ଼ିଛି ସେମେତି ଖୁଚୁରା ମୂଲ୍ୟରେ ବୃଦ୍ଧି ହୋଇନାହିଁ । ଦେଶର ତେଲ କମ୍ପାନୀମାନେ ୧୯ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି । ଏହି ରିପୋର୍ଟ ସେତେବେଳେ ଆସିଥିଲା ଯେତେବେଳେ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଥିଲା । ତେଣୁ ବିରୋଧୀ କଂଗ୍ରେସ ମଧ୍ୟ କହିଥିଲା ନିର୍ବାଚନ ସରିଲେ ସରକାର ତେଲକୁ ନେଇ ଯେଉଁ ଅଫର ଦେଉଛନ୍ତି ତାହା ଶେଷ ହୋଇଯିବ । ଯଦିଓ ୧୦ ତାରିଖ ପରେ ସରକାର ତେଲ ଦର ବଢାଇବେ ବୋଲି କଂଗ୍ରେସ କହିଥିଲା କିନ୍ତୁ ସପ୍ତାହେ ହେବ ଏହି ଦର ବଢି ଚାଲିଛି। ୭ ଟଙ୍କାରୁ ଅଧିକ ଏବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି।

Leave A Reply

Your email address will not be published.