Latest Odisha News

କଂଗ୍ରେସକୁ ନୋଟିସ: ଘର ଖାଲି କର, ୩ କୋଟିରୁ ଅଧିକ ରହିଛି ବକେୟା

ନୂଆଦିଲ୍ଲୀ: କଂଗ୍ରେସକୁ ନୋଟିସ ଜାରି ହୋଇଛି । ଦିଲ୍ଲୀର ଚାଣକ୍ୟପୁରୀରେ କଂଗ୍ରେସ ଦଖଲରେ ଥିବା ବଙ୍ଗଳାକୁ ନୋଟିସ କରି ଖାଲି କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଥିବା ଡିଓଇ ବିଭାଗ ଏହି ନୋଟିସ ଜାରି କରିଛି । ମନ୍ତ୍ରାଳୟର ଦସ୍ତାବିଜ ଅନୁଯାୟୀ ଏହି ବଙ୍ଗଳାକୁ କଂଗ୍ରେସ ପାର୍ଟିକୁ ହସ୍ତାନ୍ତର କରାଯାଇଛି। ଏବେ ଏହି କୋଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଚିବ ରହିଛନ୍ତି।

ଗତ ମାର୍ଚ୍ଚ ୨୫ ତାରିଖରେ ଡିଓଇ ପକ୍ଷରୁ କଂଗ୍ରେସ ପାର୍ଟିକୁ ଘର ଛାଡିବାକୁ ନୋଟିସ୍ ପଠାଯାଇଥିଲା। ନୋଟିସରେ ଉଲ୍ଲେଖ ଥିଲା ଯେ, ଏହି ବଙ୍ଗଳାକୁ ଖାଲି କରିବାକୁ ହେବ। ସରକାରଙ୍କ ଦ୍ୱାରା ଆବଣ୍ଟିତ ହୋଇଥିବା ଏହି ଘର ୨୬.୦୬.୨୦୧୩ରେ ରଦ୍ଦ ହୋଇଥିଲା । ଏହା ପରେ ମଧ୍ୟ କଂଗ୍ରେସ ନେତା ଏହାକୁ ନିଜ ଦଖଲରେ ରଖିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଚିବ ଭିନସେଣ୍ଟ ଜର୍ଜ ଏହି ବଙ୍ଗଳାରେ ଏବେ ରହୁଛନ୍ତି । ଏବେ ଏହି ଘରର ବକେୟା ଟଙ୍କା ୩.୦୮ କୋଟି ଟଙ୍କା ହୋଇଛି। ୨୦୧୩ ଅଗଷ୍ଟରେ ଅନ୍ତିମ ଥର ପାଇଁ ଭଡା ଦିଆଯାଇଥିଲା। ଏହା ପୂର୍ବରୁ ଗତ ଫେବ୍ରୁଆରିରେ କେନ୍ଦ୍ର ସରକାର କଂଗ୍ରେସ ଦଳକୁ ନୋଟିସ୍ ପଠାଇଥିଲେ, ଯେଉଁଥିରେ ଦଳୀୟ କାର୍ଯ୍ୟାଳୟର ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା, ସୋନିଆଙ୍କ ସରକାରୀ ବାସଭବନ ଓ ତାଙ୍କ ସଚିବଙ୍କ ଦଖଲରେ ଥିବା ବଙ୍ଗଳାକୁ ବକେୟା ଭଡ଼ା ଦେବାକୁ ଦିଆଯାଇନଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.