Latest Odisha News

BREAKING NEWS

୧୪ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ତୈଳଦର ଦିନକୁ ଦିନ ବଢୁଥିବା ବେଳେ ଶନିବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି ।

ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୫୧ରୁ ୫୩ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୬୧ରୁ ୬୩ ପଇସା ବଢିଛି ।

ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୫.୨୧ ଟଙ୍କାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏହା ଲିଟର ପ୍ରତି ୭୮.୮୮ ଟଙ୍କାରେ ପହଞ୍ଚିଛି ।

ଏହି ମୂଲ୍ୟ ହ୍ରାସ ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୭.୬୭ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଲିଟର ପ୍ରତି ୭୫.୫୩ ଟଙ୍କାରେ ପହଞ୍ଚିଛି ।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୭୯.୪୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୫.୨୮ ପଇସାରେ ପହଞ୍ଚିଛି ।

Comments are closed.