Latest Odisha News

BREAKING NEWS

ଫାଟିଲା ପେଟ୍ରୋଲ ଦୀପ, ଗୋଟିଏ ପରିବାର ୪ ମୃତ

ଗଞ୍ଜାମ : ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ ।

ବନ୍ଧାଗୋଚ୍ଛା ଗାଁରେହାତୀ ଚଳପ୍ରଚଳ ଯୋଗୁ ବନ ବିଭାଗ ପକ୍ଷରୁ ବିଦ୍ୟୁତକାଟ କରାଯାଇଥିଲା । ତେବେ ରାତିରେ ଘରେ କିରାସିନ୍ ନଥିବାରୁ ପେଟ୍ରୋଲ ଦୀପ ବ୍ୟବହାର କରୁଥିଲେ ପରିବାର ଲୋକେ । ସେହି ସମୟରେ ଦୀପଟି ଫାଟି ଯିବାରୁ ୪ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିଥିଲେ ।

ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ ଆଣିଥିଲେ । ହେଲେ ସେଠାରେ ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏନେଇ ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.