Latest Odisha News

BREAKING NEWS

ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା କମ୍

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି ।

ଗତ ମେ ୩୦ ତାରିଖରେ ପ୍ରଥମଥର ପାଇଁ ତୈଳଦର ଦେଶରେ ହ୍ରାସ ଘଟି କ୍ରମାଗତ ଆଜି ୧୧ ଦିନରେ ପହଞ୍ଚିଛି । ଆଜି କିନ୍ତୁ ସର୍ବାଧିକ ୪୦ ପଇସା ପେଟ୍ରୋଲ ପିଛା ତଥା ଡ଼ିଜେଲ ପିଛା ୩୦ ପଇସା କମିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ତୈଳଦର ହ୍ରାସଘଟି ପେଟ୍ରୋଲ ଲିଟର ପିଛା ୭୭ଟଙ୍କା ୨ପଇସାକୁ ହ୍ରାସ ପାଇଥିବା ବେଳେ ଡ଼ିଜେଲ ଦର ୬୮ଟଙ୍କା ୨୮ ପଇସାରେ ପହଞ୍ଚିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୭୫ଟଙ୍କା ୮୪ପଇସାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ତୈଳବଜାରରେ ଅଶୋଧିତ ତୈଳଦର ହ୍ରାସ ଘଟିବା ଯୋଗୁଁ ଭାରତରେ ତୈଳଦର ହ୍ରାସ ଘଟିଥିବା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.