Latest Odisha News

BREAKING NEWS

ପ୍ରଥମଥର ଲାଗି ଫେଞ୍ଚ ଓପନ ଜିତିଲେ ନଂ ୧ ଖେଳାଳି ସିମୋନା ହାଲେପ

ପ୍ୟାରିସ / ନୂଆଦିଲ୍ଲୀ : ବିଶ୍ୱର ନଂ ୧ ଟେନିସ ଖେଳାଳି ତଥା ରୋମାନିଆ ଟେନିସ ସେନସେସନ୍ ସିମୋନା ହାଲେପ ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟହାସଲ କରିଛନ୍ତି । ଫାଇନାଲରେ ସେ ସ୍ଲୋଆନି ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ଗେମରେ ପରାସ୍ତ କରି ତାଙ୍କର ପ୍ରଥମ ଗ୍ରାଣ୍ଟସ୍ଲାମ ଟାଇଟଲ ହାସଲ କରିଛନ୍ତି ଟେନିସ ସୁନ୍ଦରୀ ସିମୋନା ହାଲେପ ।

ପ୍ୟାରିସର ରୋଲାଣ୍ଡ ଗ୍ୟାରସରେ ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚର ପ୍ରଥମ ସେଟ୍ ରେ ସିମୋନାଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପ୍ରଥମ ସେଟ ହାରିବା ପରେ ମଧ୍ୟ ସିମୋନା ପରବର୍ତ୍ତୀ ଦୁଇଟି ସେଟରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଷ୍ଟିଫେନଙ୍କୁ କୌଣସି ସୁଯୋଗ ଦେଇନଥିଲେ ।

ବିଶ୍ୱର ଏହି ୧ ନଂ ଟେନିସ ଖେଳାଳି ପୂର୍ବରୁ ୩ଟି ଗ୍ରାଣ୍ଡସ୍ଲାମ ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଟାଇଟଲ କେବେ ବି ହାସଲ କରିପାରିନଥିଲେ । ଟାଇଟଲ ହାସଲ ପରେ ସିମୋନା ଷ୍ଟାଡ଼ିୟମରେ ଉପସ୍ଥିତ ଥିବା ତାଙ୍କର ଶହଶହ ଫ୍ୟାନଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.