Latest Odisha News

BREAKING NEWS

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି।

ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ଗତ ଶନିବାରର ୮୩.୭୧ ଟଙ୍କା ତୁଳନାରେ ପେଟ୍ରୋଲ ମୂଲ୍ୟ ୩୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ୍ ୭୯.୮୭ ଟଙ୍କା ଉପରେ ୩୨ ପଇସା ବୃଦ୍ଧି ଘଟିଛି।

Comments are closed.