Latest Odisha News

BREAKING NEWS

୫ମ ମହଲା ଉପରେ ପେଟ୍ରୋଲ ପମ୍ପ

ବେଜିଂ: ୫ମ ମହଲା ଉପରେ ପେଟ୍ରୋଲ ପମ୍ପ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କିନ୍ତୁ ଏବେ ଏମିତି ଏକ ପେଟ୍ରୋଲ ପମ୍ପର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଚୀନ ଦୁନିଆରେ ନିଜର ଅଜବଗଜବ କାରନାମା ପାଇଁ ବେଶ୍ ପରିଚିତ । ଏହାର ପ୍ରସ୍ତୁତି ଦୁନିଆକୁ ଅନେକ ସମୟରେ ଆଶ୍ଚର୍ଯ୍ୟରେ ପକାଇଥାଏ । ନିକଟରେ ଚୀନ୍ ଏପରି ଏକ ପେଟ୍ରୋଲ ପମ୍ପ ତିଆରି କରିଛି, ଯାହା ଏକ ବିଲ୍ଡିଂର ୫ମ ମହଲାରେ ରହିଛି । ଏହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପେଟ୍ରୋଲ ପମ୍ପଟି ଚୀନ୍‌ର ଚୋଙ୍ଗକିଙ୍ଗରେ ରହିଛି । ଏହି ପେଟ୍ରୋଲ ପମ୍ପରୁ ଲୋକେ ତେଲ ଭରୁଥିବା ବି ଦେଖିବାକୁ ମିଳିଛି ।

ତେବେ ବାସ୍ତବ ଘଟଣାଟି ହେଉଛି ଏପରି । ଏହା ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ତଳ ଅଞ୍ଚଳରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି । ଏହାକୁ ଧ୍ୟାନରେ ଦେଖିଲେ ଜଣାପଡ଼ିବ କି, ଏହି ବିଲ୍ଡିଂ ପଛପଟେ ଏକ ରାସ୍ତା ରହିଛି । ଯେଉଁ ରାସ୍ତାଟି ବିଲ୍ଡିଂର ୫ମ ମହଲା ଉଚ୍ଚର ରହିଛି । ତେଣୁ ଦୂରରୁ ଥାଇ କୋଠା ପଛପାର୍ଶ୍ୱରୁ ଫଟୋ ଉଠାଇଲେ ୫ମ ମହଲା ଉପରେ ପେଟ୍ରୋଲ ପମ୍ପ ରହିଥିବା ଭଳି ଜଣାପଡ଼ୁଛି ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ହେଲେ ବାସ୍ତବତା ଜାଣିବା ପରେ ଖୁବ୍ ହସିଛନ୍ତି ।

 

Leave A Reply

Your email address will not be published.