Latest Odisha News

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ କୋଲେଷ୍ଟ୍ରଲ, ଡାଇବେଟିଜ୍‌ ଏବଂ ବ୍ଲଡ ପ୍ରେସର ଆଦି ରୋଗର ସମସ୍ୟା ରହିଛି, ତେବେ ଏହି ଜିନିଷ ଠାରୁ ନିଜକୁ ଦୁରାଇ ରଖନ୍ତୁ । କାରଣ ଏହା ଆପଣଙ୍କ ଜୀବନ ପାଇଁ ବିପଦ ସାଜିପାରେ । ଆଜ୍ଞା ହଁ, ଆମେ ଆପଣଙ୍କୁ ଏଠାରେ ଏକ ଲୋକପ୍ରିୟ ଫାଷ୍ଟ୍ ଫୁଡ୍ ଏଗ୍‌ ରୋଲ୍ ବିଷୟରେ କହିବାକୁ ଚାହୁଁଛୁ ।

ଏଗ୍‌ ରୋଲ ଖାଇବାକୁ ଅନେକ ଲୋକ ଭଲ ପାଆନ୍ତି । ମାର୍କେଟରେ ଅନେକ ପ୍ରକାରର ଏଗ୍‌ ରୋଲ୍ ମିଳୁଥିବାବେଳେ କେହି କେହି ଡବଲ୍ କିମ୍ବା ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ ? ଅଣ୍ଡା ରୋଲ ତିଆରି କରିବା ପାଇଁ ଅନେକ ତେଲ ବ୍ୟବହୃତ ହୁଏ । ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଏହା ହେଉଛି ଏକ ପ୍ରମୁଖ କାରଣ । ଏହା ରକ୍ତରେ କୋଲେଷ୍ଟ୍ରଲରେ ସ୍ତରକୁ ବଢାଇପାରେ । ଏଗ୍‌ ରୋଲ ଗୁଡ଼ିକୁ ତେଲରେ ଫ୍ରାଏ କରାଯାଉଥିବାରୁ ଏଥିରେ ଥିବା ସନ୍ତୁଳିତ ଚର୍ବି ରକ୍ତରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇବା ସହିତ ହୃଦଘାତ ସମସ୍ୟାକୁ ବୃଦ୍ଧି କରିଥାଏ ।

ଅଣ୍ଡା ରୋଲରେ ଅଧିକ ଲୁଣ ଓ ଏଥିରେ ବ୍ୟବହୃତ ଚଟଣିରେ ସୋଡିୟମ୍ ଥିବା କାରଣରୁ ନିୟମିତ ଭାବେ ଏଗ୍‌ ରୋଲ ଖାଇବା ଦ୍ୱାରା ରକ୍ତଚାପ ବଢାଇଥାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଅଣ୍ଡା ରୋଲ ଖାଇବା ଉଚିତ୍ ନୁହେଁ । ଏଥି ସହିତ ଅଣ୍ଡାରେ ସୁଗାର ବୃଦ୍ଧିକାରୀ କ୍ୟାଲୋରୀ ଅଧିକ ରହିଥାଏ ।  ତେଣୁ ମଧୁମେହ ବା ଡାଇବେଟିଜ୍ ପୀଡିତ ଲୋକମାନଙ୍କ ଶରୀରରେ ସୁଗାର ପରିମାଣ ସଠିକ୍ ଭାବେ ବଜାୟ ରଖିବା ପାଇଁ ସେମାନେ ଏହାକୁ ନଖାଇବା ଭଲ । ଏହି ଖାଦ୍ୟଗୁଡ଼ିକରେ କ୍ୟାଲୋରୀ ଏବଂ ଚର୍ବି ଅଧିକ ପରିମାଣରେ ରହିତିବାରୁ ଅତ୍ୟଧିକ ଅଣ୍ଡା ରୋଲ ଖାଇବା ଦ୍ୱାରା ଓଜନ ବଢ଼ିପାରେ । ତେଣୁ ଯେଉଁମାନେ ନିଜ ଶରୀରର ଅତିରିକ୍ତ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏହି ରୋଲରେ ଥିବା ଅଧିକାଂଶ ତେଲ ହୃଦୟ ପାଇଁ ଆଦୌ ଭଲ ନୁହେଁ, ତେଣୁ ସୁସ୍ଥ ରହିବା ପାଇଁ ଆପଣ ଏଗ୍ ରୋଲ୍ ଖାଆନ୍ତୁ ନାହିଁ ।

 

Leave A Reply

Your email address will not be published.