ବରଗଡ଼: ବରଗଡ ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ପେଟ୍ରୋଲ ଢାଳି ଜାଳି ହେବା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ପେଟ୍ରୋଲ ଦୋକାନୀ ଗିରଫ। ବ୍ୟକ୍ତଙ୍କର ରାସନ ଦୋକାନ ରହିଛି। ଏହି ଦୋକାନରେ ସେ ପୋଟ୍ରୋଲ ବିକ୍ରି କରନ୍ତି। ରାସନ ଦୋକାନୀ ପ୍ରେମାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରିଛି ପୋଲିସ। ଗତ ୧୧ ତାରିଖରେ ଦୋକାନରୁ ପେଟ୍ରୋଲ ନେଇ ଦେହରେ ନିଆଁ ଲଗାଇଥିଲେ ନାବାଳିକା ଛାତ୍ରୀ।
ପୂର୍ବରୁ ମଧ୍ୟ ପୋଲିସ ପ୍ରେମାନନ୍ଦଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା। ବର୍ତ୍ତମାନ ପ୍ରେମାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୧ ତାରିଖରେ ଫିରିଙ୍ଗିମାଲ ଗାଁ ଖେଳ ପଡ଼ିଆରେ ନିଜେ ପେଟ୍ରୋଲ ଢାଳି ହୋଇ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ ମେଡିକାଲରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା।
ନାବାଳିକା ପ୍ରେମାନନ୍ଦ ଦଣ୍ଡସେନାଙ୍କ ରାସନ ଦୋକାନରୁ ପେଟ୍ରୋଲ କିଣିଥିଲା। ଫିରିଙ୍ଗମାଲ ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ଚପଲ, ଦିଆସିଲି ଓ ପ୍ଲାଷ୍ଟିକ ବୋତଲ ଜବତ ହୋଇଥିଲା। ଛାତ୍ରୀଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ସେ ମାମୁଁଙ୍କ ଘରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ।
Comments are closed.