Latest Odisha News

BREAKING NEWS

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ନ୍ୟାୟପାଳିକାରେ ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରନ୍ତୁ ନବୀନ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଗତ ଦେଢମାସ ହେଲା ପୋଲିସ ଓ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ସ୍ଥିତାବସ୍ଥାର ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦଶହରା ପରେ ସମସ୍ତେ ନିଜନିଜ କାମକୁ ଫେରିଛନ୍ତି । ଓକିଲ ଓ ପୋଲିସ ବନ୍ଧୁ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତାର ସମାଧାନ ରାସ୍ତା ଏଯାଏଁ ଆସିନି ।

ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେସି ହୋଇଗଲାଣୀ ।

ଅନେକ ଲୋକ ଚାକିରୀ, ଜମିଜମା ବିବାଦ, ସାମାନ୍ୟ ଜାମିନ୍ କୋର୍ଟରେ ହୋଇପାରୁନି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଆମ୍ନାସାମ୍ନା ସ୍ଥିତି ସୃଷ୍ଟି ହୋଇଛି । ଏହାର ସମଧାନ କିପରି ବାହାରିବ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର । ସମସ୍ତେ ନିଜର ସ୍ୱାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଢରୁ ଦୁଇମାସ ହେଲା ସ୍ଥିତାବସ୍ଥା ଅଛି । ଏହା ଯେତେଶୀଘ୍ର ସମାଧାନ ହେବ ଗରିବ ଲୋକ, ସାମାନ୍ୟ ଲୋକ, ଓଡିଆ ଲୋକ ନ୍ୟାୟ ପାଇବ । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର ।

Leave A Reply

Your email address will not be published.