Latest Odisha News

BREAKING NEWS

ସୁଟିଂ ଚାଲିଛି ଏବର୍ଷର ସବୁଠୁ ବଡ଼ ଆକ୍ସନ ମୁଭି ‘ତାନାଜୀ’…

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ତାନାଜୀ- ଦ ଅନସଙ୍ଗ୍ ୱାରିୟର’ର ସୁଟିଂ ଆରମ୍ଭ କରିଦେଇଥିବା ଖବର ମିଳିଛି । ଏକଥା ନିଜେ ଅଜୟ ଟ୍ୱିଟ୍ଟରରେ ଏକ ଫଟୋ ସହ ସେୟାର୍ କରିଛନ୍ତି ।

ଏହି ଫଟୋରେ ଅଜୟଙ୍କ ବ୍ୟତୀତ ନିର୍ଦ୍ଦେଶକ ଓମ୍ ରାୱତ୍ ‘ତାନାଜୀ’ ସିନେମାର କ୍ଲିପ୍ ବୋର୍ଡ଼କୁ ହାତରେ ଧରିଥିବାର ନଜର ଆସିଛି । ଅଜୟ କ୍ଲିପ୍ ବୋର୍ଡ଼କୁ ଭଗବାନଙ୍କ ସାମ୍ନାରେ ରଖି ସିନ୍ଦୂର ଲଗାଉଛନ୍ତି ।

ଏହି ଫଟୋକୁ ଫ୍ୟାନମାନଙ୍କ ସହ ସେୟାର୍ କରିବାବେଳେ ଅଜୟ କ୍ୟାପସନରେ ଲେଖିଛନ୍ତି- ‘ତାନାଜୀ ସୁଟ୍ ବିଗିନ୍ସ୍ ।’

ଏହି ପୋଷ୍ଟିଂ ସହ ଫ୍ୟାନମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡ଼ିଆରେ ରାଜ୍ ବଂଶଲ ଲେଖିଛନ୍ତି- ‘ବେଷ୍ଟ୍ ଅଫ୍ ଲକ୍ ମାଇଁ ଫ୍ରେଣ୍ଡ’ । ଏହାର ପ୍ରତ୍ୟୁତ୍ତରରେ ଅଜୟ ମରାଠୀ ଭାଷାରେ ଲେଖିଛନ୍ତି – ‘ଗଡ୍ ଆଲା ପଣ ସିଂହ ଗେଲା ।’ ଏହି ସିନେମା ପାଇଁ ଅଜୟ ଦୁଇ ବର୍ଷ ହେବ କାମ କରୁଛନ୍ତି ।

‘ତାନାଜୀ’ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ । ଏହାକୁ ନେଇ ସେ ଖୁବ୍ ଉତ୍ସାହିତ ଥିବା ଭଳି ମନେହେଉଛି । ମୋଟ ୧୬୦ କୋଟି ଟଙ୍କା ଏଥିରେ ଖର୍ଚ୍ଚ ହେବ ବୋଲି ଆକଳନ ହୋଇସାରିଛି । ସିନେମାର ପ୍ରଯୋଜକ ଭାବେ ଅଜୟ ଦେବଗନ ଓ ଭୂଷଣ କୁମାର ରହିଛନ୍ତି । ଆସନ୍ତା ୨୦୧୯ ନଭେମ୍ବର ୨୨ରେ ଏହା ପରଦା ଉପରକୁ ଆସିବାର ସମ୍ଭାବନା ରହିଛି ।

ବଲିଉଡରେ ଜଣେ ଆକ୍ସନ ହିରୋ ଭାବେ ଅଜୟ ଦେବଗନ୍ ୯୦ ଦଶକରେ ପ୍ରଥମେ ‘ଫୁଲ୍ ଔର୍ କାଣ୍ଟେ’ ରେ ପଦାର୍ପଣ କରିଥିଲେ । ସେହି ସମୟରେ ‘ଫୁଲ୍ ଔର୍ କାଣ୍ଟେ’ ସୁପରହିଟ ହୋଇଥିବା ବେଳେ ଅଜୟଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା ।

ଖାଲି ସେତିକି ନୁହେଁ ତାଙ୍କ ସହିତ ଅଭିନୟ କରିଥିବା ଅଭିନେତ୍ରୀ ମଧୁ ମଧ୍ୟ ଅଜୟଙ୍କ ଆକ୍ସନ ଫିଲ୍ମ ଯୋଗୁଁ ହିଁ ରାତାରାତି ବଲିଉଡ଼ରେ ସେବେ ବେଶ୍ ପରିଚିତ ହୋଇପାରିଥିଲେ ।

Leave A Reply

Your email address will not be published.