Latest Odisha News

BREAKING NEWS

ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା: ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍

ନୂଆଦିଲ୍ଲୀ: ଚୀନର ମାଂସ ମାର୍କେଟରୁ ପଶୁଙ୍କ ଦେହରୁ ମଣିଷ ପାଖରୁ ବ୍ୟାପିଛି କରୋନା ଭାଇରସ୍ । ଏକଥା ପ୍ରଥମରୁ କହି ଆସୁଛି ଚୀନ୍ । କରୋନା ଭାଇରସକୁ ନେଇ ଚାଲିଥିବା ରିସର୍ଚ୍ଚରୁ ଏଯାଏ ଏକଥା ସ୍ପଷ୍ଟ ହୋଇନି । ନିକଟରେ କିଛି ପଶୁଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଇଥିଲା । ଏବେ କରୋନା ଭାଇରସ ମଣିଷ ଦେହରୁ ପଶୁଙ୍କ ପାଖରୁ ବ୍ୟାପୁଥିବା କୁହାଯାଉଛି ।

ଏଭଳି ସ୍ଥିତିରେ ପଶୁଙ୍କ ପାଇଁ ଆସିଗଲା କରୋନା ଭାକସିନ୍ । ଟିକା ବିକଶିତ କରିଛି ରୁଷ୍ । ବିଶ୍ୱରେ ପ୍ରଥମ ଥର କୌଣସି ପଶୁଙ୍କ ପାଇଁ କୋଭିଡ୍ ଭାକସିନ୍ । ରୁଷ୍ ବୈଜ୍ଞାନିକମାନେ ପଶୁଙ୍କ ପାଇଁ ଉପଯୋଗୀ କରୋନା ଟିକା ବିକଶିତ କରିଛନ୍ତି । ସେଠାରେ ପଶୁଙ୍କୁ ଟିକାକରଣ ଆରମ୍ଭ ହୋଇଛି ।

ରୁଷ୍ ପଶୁଙ୍କ ପାଇଁ ବିକଶିତ କରିଥିବା ଟିକାର ନାଁ ରଖିଛି କାର୍ଣ୍ଣିଭାକ୍-କୋଭ୍ । ଏହାକୁ ଗତ ମାର୍ଚ୍ଚ ମାସରେ ପଞ୍ଜିକୃତ କରାଯାଇଥିଲା । ରୁଷ୍ ବୈଜ୍ଞାନିକ ଦାବି କରିଛନ୍ତି ପଶୁଙ୍କ କରୋନାରୁ ଶତ ପ୍ରତିଶତ ସୁରକ୍ଷା ଦେବ ଏହି ଟିକା । ସେନାରେ ନିୟୋଜିତ ପଶୁଙ୍କୁ ପ୍ରଥମେ ଟିକା ଦିଆଯାଇଛି । ରୁଷ ଭାଇରୋଲୋଜିଷ୍ଟଙ୍କ ଆକଳନ କହୁଛି, ପଶୁଙ୍କ ଦେହରେ ଭୂତାଣଉ ଦ୍ରୁତ ବ୍ୟାପିପାରେ । ତାପୂର୍ବରୁ ଟିକାକରଣ ନିହାତି ଜରୁରୀ ।

Leave A Reply

Your email address will not be published.