Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ଶ୍ରମିକ ମୃତ

ପରଜଙ୍ଗ: ପରଜଙ୍ଗରେ ମର୍ମନ୍ତୁଦ ଦୁର୍ଘଟଣା । ଜଣେ ଶ୍ରମିକ ମୃତ । ଶ୍ରମିକଙ୍କୁ ଟାଟା ଏସି ଗାଡିରୁ ଘୋଷାଡି ନେଲା ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ କେନାଲ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁର ଗୌରାଙ୍ଗ ନାଏକ । ଆଜି ଭୋର ସମୟରୁ ଏକ ଟାଟା ଏସି ଗାଡ଼ିରେ ମୁକ୍ତାପଶି ଗାଁରୁ କିଛି ଶ୍ରମିକ ପରଜଙ୍ଗ ଅଞ୍ଚଳକୁ ଘର କାମ କରିବାକୁ ଯାଉଥିଲେ ।

ବିପରୀତ ପାର୍ଶ୍ଵ ପରଜଙ୍ଗ ଆଡୁ ଏକ ଆଇରନ ବୋଝେଇ ଟ୍ରକ ଟାଟା ଏସି ଗାଡିକୁ ଧକ୍କା ଦେବା ସହ ଶ୍ରମିକ ଜଣଙ୍କୁ ଗାଡିରୁ ଘୋଷାଡି ଆଣିଥିଲା । ଗୁରୁତର ଅବସ୍ଥାରେ ଶ୍ରମିକ ଜଣଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରଜଙ୍ଗ ପୋଲିସ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.