Latest Odisha News

BREAKING NEWS

ଜଳ ଜୀବନ ମିଶନର ନୂଆ ପାଇଲଟ୍ ପ୍ରୋଜେକ୍ଟ ‘ପେ ଜଳ ସର୍ବେକ୍ଷଣ’, ଭୁବନେଶ୍ୱର ସମେତ ଦେଶର ୧୦ ସହର ସାମିଲ୍

ନୂଆଦିଲ୍ଲୀ: ଜଳ ଜୀବନ ମିଶନରେ ପାଇଲଟ୍ ପ୍ରକଳ୍ପ ଭାବେ ‘ପେ ଜଳ ସର୍ଭେକ୍ଷଣ’ ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପକୁ ଗୃହ ଓ ନଗରଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁଭାରମ୍ଭ କରିଛନ୍ତି । ସହରରେ ‘ପେ ଜଳ ସର୍ଭେକ୍ଷଣ’ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜଳର ସମାନ ବଣ୍ଟନ ସୁନିଶ୍ଚିତ, ବର୍ଜ୍ୟଜଳର ପୁନଃବ୍ୟବହାର ସହ ଚ୍ୟାଲେଞ୍ଜ ଭାବେ ଜଳର ପରିମାଣ ଓ ଗୁଣବତ୍ତାକୁ ନେଇ ଜଳସଂସ୍ଥା ଗୁଡ଼ିକୁ ମ୍ୟାପିଂ କରାଯିବ ।

ପ୍ରଥମ ପର୍ଯାୟରେ ମନ୍ତ୍ରଣାଳୟ ଦେଶର ୧୦ ସହରକୁ ନେଇ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛି । ‘ପେ ଜଳ ସର୍ଭେକ୍ଷଣ’ ପାଇଲଟ ପ୍ରକଳ୍ପରେ ଆଗ୍ରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରଟ ଓ ତୁମକୁର ସହର ରହିଛି । ପାଇଲଟ୍ ପ୍ରକଳ୍ପର ଉପଲବ୍ଧିତା ଅନୁଯାୟୀ ପରେ ଅମୃତ ସହରକୁ ଏହି ଯୋଜନା ସମ୍ପ୍ରସାରଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Image

ପିଇବା ପାଣିର ତଥ୍ୟ, ବର୍ଜ୍ୟ ଜଳ ପରିଚାଳନା, ଅଣ-ରାଜସ୍ୱ ଜଳ ଏବଂ ସହରରେ ଥିବା ୩ଗୋଟି ଜଳ ସଂସ୍ଥାର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏଥିସହ ସହରର ଲୋକ ଓ ମହାନଗର ନିଗମ କର୍ମଚାରୀଙ୍କ ସହ ସାକ୍ଷାତକାର, ଫୋନ-ସାକ୍ଷାତକାର, ଜଳ ନମୁନା ସଂଗ୍ରହ, ଲାବରେ ପରୀକ୍ଷଣ ସହ ଅଣ-ରାଜସ୍ୱ ଜଳର ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା କରାଯିବ ।

ମିଶନରେ ଟେକ୍ନୋଲୋଜିର ବ୍ୟବହାର କରାଯାଇ ହିତାଧିକାରୀଙ୍କ ମତାମତ ନିଆଯିବ । ମତାମତ ଅନୁସାରେ ଅଗ୍ରଗତିର ସମୀକ୍ଷା କରାଯିବ । ପ୍ରକଳ୍ପ ପାଇଁ ସରକାର ୩ଟି ପର୍ଯ୍ୟାୟରେ ଅର୍ଥ ଯୋଗାଇ ଦେବେ । ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରତିଶତ ଓ ଅନ୍ୟ ୨ଟି ପର୍ଯ୍ୟାୟରେ ୪୦ ପ୍ରତିଶତ ଲେଖାଏଁ ଅନୁଦାନ ଦେବେ ସରକାର । ତୃତୀୟ ପର୍ଯ୍ୟାୟ ଅନୁଦାନ ପ୍ରକଳ୍ପର କାର୍ଯ୍ୟକ୍ଷମତା ଓ ବିଶ୍ୱସନୀୟତାକୁ ନେଇ ଦିଆଯିବ ।

Image

୪ ହଜାର ୩୭୮ଟି ସହରରେ ଥିବା ସମସ୍ତ ଘରକୁ ଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ ରୂପରେଖ ପ୍ରସ୍ତୁତ କରିଛି । ସେହିଭଳି ୫୦୦ ଅମୃତ ସହରରେ    ସ୍ୱରେଜ ପରିଚାଳନା ପାଇଁ ଲକ୍ଷ୍ୟ ରଖାଯାଇଛି । ଜଳ ଜୀବନ ମିଶନ ପାଇଁ ୨, ୮୭, ୦୦୦ କୋଟି ବ୍ୟୟ ଅଟକଳ କରାଯାଇଥିବା ବେଳେ ଅମୃତ ମିଶନ ପାଇଁ ସେଥିରୁ ୧୦ ହଜାର କୋଟି ଟଙ୍କା ସହାୟତା ଦିଆଯିବ ।

Leave A Reply

Your email address will not be published.