Latest Odisha News

BREAKING NEWS

ଏଥର ମାତ୍ର ୩୦ ଦିନ ହେବ ମହାକୁମ୍ଭ ମେଳା, ଏପ୍ରିଲ ୧ରୁ ଆରମ୍ଭ

ହରିଦ୍ୱାର:ହରିଦ୍ୱାର ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ । ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି ।

ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ମହାକୁମ୍ଭ ସ୍ଥିତି ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଗାଇଡଲାଇନ ପଠାଯାଇଥିଲା । ଗାଇଡଲାଇନ ଅନୁସାରେ କୁମ୍ଭ କମ ଦିନ ପାଇଁ ଆୟୋଜନ କରିବାକୁ କୁହାଯାଇଥିଲା । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ୩୦ ଦିନ ପାଇଁ ମହାକୁମ୍ଭ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି, ମହାକୁମ୍ଭ ସମୟରେ କୌଣସି ସ୍ପେଶାଲ ଟ୍ରେନ ଚାଲିବ ନାହିଁ । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ରେଳ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଏହାକୁ ରେଳ ମନ୍ତ୍ରାଳୟ ସହମତି ପ୍ରଦାନ କରିଛନ୍ତି । ମହାକୁମ୍ଭ କ୍ଷେତ୍ରରୁ ଯାତ୍ରୀଙ୍କୁ ବାହାରକୁ ନେବା ପାଇଁ ଟ୍ରେନ ବ୍ୟବସ୍ଥା କରାଯିବ । ପୂର୍ବରୁ ଧାର୍ଯ୍ୟ ହୋଇଥିଲା ଯେ ମହାକୁମ୍ଭ ପାଇଁ ସ୍ପେଶାଲ ଟ୍ରେନ ଚଳାଚଳ ହେବ କିନ୍ତୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି । ଏହାସହ କୌଣସି ଅତିରିକ୍ତ ବସ ଚଳାଚଳ ହେବ ନାହିଁ ବୋଲି ସେ କହିଛନ୍ତି । 

ମହାକୁମ୍ଭକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ କରୋନା ଭ୍ୟାକସିନ ମଗାଯାଇଥିଲା । ସରକାର ୧ ଲକ୍ଷ ୪୬ ହଜାର ଭ୍ୟାକସିନ ଯୋଗାଇଛନ୍ତି । ଏହା କୁମ୍ଭରେ କାମ କରୁଥିବା କର୍ମଚାରୀ ଓ ବ୍ୟବସାୟୀଙ୍କୁ ଦିଆଯିବ । କୁମ୍ଭ ଆରମ୍ଭ ହେବା ପୂର୍ବରୁ ଭ୍ୟାକସିନ ଦିଆଯିବ ବୋଲି ଓମ ପ୍ରକାଶ କହିଛନ୍ତି ।

କୁମ୍ଭ ଅବଧି କମ କରିଦେବାରୁ ହରିଦ୍ୱାର ବ୍ୟବସାୟୀ ଏହାକୁ ବିରୋଧ କରିଛନ୍ତି । କରୋନା ମହାମାରୀ ସମୟରେ ବ୍ୟବସାୟୀଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । କୁମ୍ଭ ସମୟରେ ସେମାନେ ଭଲ ବ୍ୟବସାୟ କରିବେ ବୋଲି ଭାବିଥିଲେ । କିନ୍ତୁ କୁମ୍ଭ ଅବଧି କମ କରିଦିଆଯାଇଛି । ତେବେ ଏହିଭଳି ସ୍ଥିତିରେ ଲୋକଙ୍କୁ ପ୍ରଶାସନକୁ ସହଯୋଗ କରିବାକୁ ହେବ ବୋଲି ଓମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.