Latest Odisha News

BREAKING NEWS

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଆସୁଛି ।

କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନ୍ ଏକାଧିକ ବାର ରୂପ ବଦଳାଇଛି । ଏହାର ପ୍ରଭାବ ବାବଦରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଛି । ଏହି ଭାରିଆଣ୍ଟ ବିରୋଧରେ ଟିକା କାମ କରିବ କି ନାହିଁ ବୟାନ ରଖିଛନ୍ତି ଫାଇଜର୍ ଓ ବାୟୋଏନଟେକ୍ । ସେମାନେ ବି ସନ୍ଦିହାନ । ଭ୍ୟାକସିନ୍ ଓମିକ୍ରନକୁ କାଟିବ କି ନାହିଁ ସ୍ପଷ୍ଟତା ନାହିଁ ।

ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକାରୁ ବିଭିନ୍ନ ଦେଶକୁ ମାଡ଼ିବା ଆରମ୍ଭ କଲାଣି ଓମିକ୍ରନ୍ ଜନିତ ସଂକ୍ରମଣ । ଫାଇଜର୍ ଓ ବାୟୋଏନଟେକ୍ ଦାବି କରିଛନ୍ତି, ଶହେ ଦିନ ଭିତରେ ନୂଆ ଭାରିଆଣ୍ଟ ବିରୋଧରେ ଟିକା ବିକଶିତ ଓ ଉତ୍ପାଦନ କରିବା କ୍ଷମତା ରଖିଛନ୍ତି । ଓମିକ୍ରନ୍ ବାବଦରେ ଆଗାମୀ କିଛି ଦିନ ଭିତରେ ନୂଆ ତଥ୍ୟ ସେମାନଙ୍କର ହସ୍ତଗତ ହେବ ବୋଲି ଫାଇଜର୍ ଓ ବାୟୋଏନଟେକ୍ କହିଛି ।

ଟିକା ନିର୍ମାତା କମ୍ପାନୀ ଆଶଙ୍କା କରୁଛନ୍ତି, ପୂର୍ବ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ ଓ ଘାତକ ହୋଇପାରେ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଏହି ଭାରିଆଣ୍ଟ ଠାବ ହୋଇଥିଲା । ଏହାପରେ ସଂକ୍ରମଣ ବ୍ୟାପିବା ଆଶଙ୍କରେ ଦକ୍ଷିଣ ଆଫ୍ରିକାକୁ ଆମେରିକା, ବ୍ରିଟେନ୍, କାନାଡା ସମେତ ବହୁ ଦେଶ ବିମାନ ସେବା ବନ୍ଦ କଲେଣି ।

Leave A Reply

Your email address will not be published.