Latest Odisha News

ଡେଲ୍‌ଟା ଭାରିଆଣ୍ଟ୍ ପାଇଁ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍‌କୁ ନେଇ ଏବେ ସମଗ୍ର ଦେଶ ଚିନ୍ତାରେ। କିନ୍ତୁ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍‌ନାକୁ ଆସିଛି।

ଡେଲ୍‌ଟା ଭାରିଆଣ୍ଟ୍‌ ବିରୋଧରେ ବିଦେଶୀ ଟିକା ଫାଇଜର ଏବଂ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି। ଏ ନେଇ ଇଂଲଣ୍ଡର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତଥ୍ୟ ଅନୁଯାୟୀ କରୋନା ସଂକ୍ରମିତ ରୋଗୀଙ୍କ ଲାଗି ଫାଇଜର ୯୬ ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଆଷ୍ଟ୍ରାଜେନେକା ୯୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

Comments are closed.