Latest Odisha News

BREAKING NEWS

ଭାରତରେ ଦେଖାଦେଇଥିବା ମାରାତ୍ମକ କରୋନା ଷ୍ଟ୍ରେନ୍‌ ବିରୁଦ୍ଧରେ ପ୍ରଭାବଶାଳୀ ହେଉଛି ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା!

ନୂଆଦିଲ୍ଲୀ: ଫାଇଜର୍‌ ଏବଂ ମଡର୍ଣ୍ଣା ଟିକା ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ B.1.617 ଏବଂ B.1.618 ପାଇଁ ପ୍ରଭାବାାଳୀ ବୋଲି ଜଣାପଡ଼ିଛି। ଏହି ଟିକା ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ଷ୍ଟ୍ରେନ୍‌ରୁ ରକ୍ଷା କରିବାରେ ସକ୍ଷମ ବୋଲି ଆମେରିକାର ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପ୍ରଥମେ ଭାରତରେ ମିଳିଥିବା କରୋନାଭାଇରସ୍ ପ୍ରକାର “ବିଶ୍ବର ପାଇଁ ଚିନ୍ତାର କାରଣ ହୋଇଛି। ଅଧ୍ୟୟନଗୁଡିକ ଦର୍ଶାଉଛି ଯେ B.1.617 ମ୍ୟୁଟେସନ୍ ଅନ୍ୟ ପ୍ରକାର ତୁଳନାରେ ଅଧିକ ସହଜରେ ବ୍ୟାପିଥାଏ ଏବଂ ଏଥିପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ।

ଏନୱାଇୟୁ ଗ୍ରସମ୍ୟାନ ସ୍କୁଲ ଅଫ ମେଡିସିନ ଓ ଏନୱାଇୟୁ ଲାନଗୋନ ସେଣ୍ଟର ପକ୍ଷରୁ ଲ୍ୟାବରେ ଏହି ଗବେଷଣା କରାଯାଇଥିଲା। ଏହାକୁ ପ୍ରାଥମିକ ଅନୁସନ୍ଧାନ ବୋଲି କୁହାଯାଉଛି।

 

Leave A Reply

Your email address will not be published.